କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଭୁବନେଶ୍ବର: ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ। କଂଗ୍ରେସ ଓ ବିଜେପି ପରେ ବିଜେଡି ବି କରିଛି ଅଣ୍ଡାମାଡ। ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ କେନ୍ଦ୍ରାପଡାରେ ଅଣ୍ଡାମାଡ କରିବା ପରେ, ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ସେହି କେନ୍ଦ୍ରାପଡାରେ ଅଣ୍ଡାମାଡ କରିଛନ୍ତି ବିଜେଡି କର୍ମୀ। ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ କରିବା ପରେ ବିଜେଡି ଜିନ୍ଦାବାଦ ନାରା ବି ଦେଇଛନ୍ତି। ଗତକାଲି ବିଜେପି କର୍ମୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ କରିବା ସହ କଳାପତାକା ଦେଖାଇଥିଲେ। ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ ବିରୋଧ କରିଥିଲେ। ମନ୍ତ୍ରୀ ପ୍ରତାପ ଜେନା ସରକାରୀ ବାଳିକା ହାଇସ୍କୁଲ ସଭାସ୍ଥଳକୁ ଦଳୀୟ କର୍ମୀଙ୍କ ସହ ଯାଉଥିବା ବେଳେ ବିରୋଧୀ ବିରୋଧ କରିଥିଲେ। ଆଉ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେଡି କର୍ମୀ ଅଣ୍ଡା ମାଡ କରିଛନ୍ତି। କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ବାଟରେ ଅଣ୍ଡାମାଡ କରାଯାଇଛି। କଲେଜ ନିକଟରେ ମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ କରିଛନ୍ତି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରୁ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ: ସଞ୍ଜୟ ରାଉତ

Sun Nov 21 , 2021
ମୁମ୍ବାଇ: ତିନିଟି ବିବାଦୀୟ କୃଷି ଆଇନ ବିରୋଧରେ ବର୍ଷବ୍ୟାପୀ ବିକ୍ଷୋଭ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ଘଟିଛି ବୋଲି ରବିବାର ଅଭିଯୋଗ କରିଛନ୍ତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ। ଏଥିସହ ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନିଟି ଆଇନର ରଦ୍ଦ ଘୋଷଣା କରିବାର ଦୁଇଦିନ ମଧ୍ୟରେ ପୀଡିତଙ୍କ ପରିବାରକୁ ପିଏମ କେୟାର ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ। ଏକ […]
ସଞ୍ଜୟ ରାଉତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial