ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ ଦେବାକୁ ଯୁଦ୍ଧ ଅଟକାଇଲା ରୁଷ୍ : ରାତି ସାଢେ ୯ଟା ପରେ ଆକ୍ରମଣ

ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ

ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା। ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ। ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ। ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି। ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଛି।
ସୂଚନା ଅନୁସାରେ ଖାରକିବରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବାରୁ ଚୂଡ଼ାନ୍ତ ଆକ୍ରମଣ ପୂର୍ବରୁ କିଛି ସମୟ ଦେବାକୁ ଭାରତ ନିଜର ବନ୍ଧୁରାଷ୍ଟ୍ର ରୁଷକୁ ଅନୁରୋଧ କରିଥିଲା। ଏହି ଅନୁରୋଧ ରକ୍ଷା କରି ରୁଷ ୬ ଘଣ୍ଟାର ସମୟ ଦେଇଥିଲା। ଅପରାହ୍ଣ ସାଢେ ୩ଟା ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଏହି ସମୟ ଲାଗୁ ହେବ। ତା ପରେ ଖାରକିବ ଉପରେ ପ୍ରବଳ ବୋମା ବର୍ଷଣ ଆରମ୍ଭ ହେବ। ଅନ୍ୟପକ୍ଷରେ, ଦକ୍ଷିଣ ୟୁକ୍ରେନର ବନ୍ଦର ନଗରୀ ଖେରସେନକୁ ରୁଷ ସେନା ଦଖଲ କରିନେଇଥିବା ଦାବି କରିଛି। ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତା କହିଛନ୍ତି ଯେ ଖେରସେନର ପତନ ହୋଇନାହିଁ।

Share Now:

Kalinga News Beuro

Next Post

ବିଶ୍ବକୁ ଚେତାଇଲା ଋଷ : ତୃତୀୟ ବିଶ୍ବଯୁଦ୍ଧ ବିନାଶକାରୀ ହେବ ବୋଲି କହିଲେ ବୈଦେଶିକ ମନ୍ତ୍ରୀ

Wed Mar 2 , 2022
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ ୭ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ ଆଣିବିକ ଅସ୍ତ୍ରର […]
ବିଶ୍ବକୁ ଚେତାଇଲା ଋଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial