ସାନ ଭାଇଙ୍କ ମୃତ୍ୟୁ ପରେ ଭାବବିହ୍ବଳ ହେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ

ୱାଶିଂଗଟନ: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ଏ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଟ୍ରମ୍ପ ରବର୍ଟଙ୍କୁ ଭେଟିବାକୁ ଯାଇଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ସାନ ଭାଇକୁ ହରାଇବାର ଖବର ଦେବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାବବିହ୍ବଳ କଲା ଭଳି ବିବୃତି ଦେଇଛନ୍ତି। ସେ କହିଛନ୍ତି, “ମୁଁ ଭାରି ହୃଦୟ ସହ ମୋ ସାନ ଭାଇର ମୃତ୍ୟୁର ଖବର ଦେବାକୁ ଚାହୁଛି। ଭାଇ ରବର୍ଟ ଆଜି ରାତିରେ ଆମକୁ ଛାଡ଼ି ଚାଲି ଯାଇଛି। ସେ କେବଳ ମୋର ଭାଇ ନଥିଲେ, ସେ ମୋର ସର୍ବୋତ୍ତମ ବନ୍ଧୁ ଥିଲେ। ତାଙ୍କୁ ମୁଁ ବହୁତ ମନେ ପକାଇବି, କିନ୍ତୁ ଆମେ ପୁନର୍ବାର ଦେଖା ହେବୁ। ସେ ମୋ ହୃଦୟରେ ସବୁଦିନ ପାଇଁ ବଞ୍ଚି ରହିବ। ରବର୍ଟ, ମୁଁ ତୁମକୁ ଭଲ ପାଏ ବୋଲି ଟ୍ରମ୍ପ ଏକ ବିବୃତିରେ କହିଛନ୍ତି। ମୃତ୍ୟୁ ବେଳକୁ ରବର୍ଟ ଟ୍ରମ୍ପଙ୍କୁ ୭୨ବର୍ଷ ହୋଇଥିଲା। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ୨ବର୍ଷ ସାନ ଥିଲେ।

Share Now:

Kalinga News Beuro

Next Post

ପରଲୋକରେ ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ର

Sun Aug 16 , 2020
ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ର ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ସେ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଆଜି ସକାଳେ ସତ୍ୟ ନଗରରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ […]
Deven Mishra

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial