ସୁଦାନରେ ସଂଘର୍ଷରତ ସୈନିକଙ୍କ ଗୁଳି ଚୋଟରେ ଭାରତୀୟ ମୃତ

ସୁଦାନରେ ଚାକିରି କରୁଥିବା ଭାରତୀୟ ମୃତ

ଖା‌ର୍‌ତୌମ୍‌: ସୁଦାନର ସେନା ଓ ପାରାମିଲିଟାରି ସୈନିକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଚାଲିଥିବା ବେଳେ ଗୋଟାଏ ଗୁଳି ବାଜି ଯିବାରୁ ସେଠାରେ ଚାକିରି କରୁଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଭାରତୀୟ ଦୂତାବାସ ସୂଚନା ଦେଇଛି। କିନ୍ତୁ, ଗୁଳିଟି ତାଙ୍କୁ ଲକ୍ଷ୍ୟ କରି ମରାଯାଇ ନ ଥିଲା। ହଠାତ୍‌ ଏମିତି ଆସି ତାଙ୍କ ଦେହରେ ବାଜି ଯାଇଥିଲା। ଟୁଇଟ୍‌ କରି ସୁଦାନସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସୁଦାନର ‘ଡାଲ୍‌ ଗୃପ କମ୍ପାନି’ରେ ଚାକିରି କରୁଥିବା ଆଲବର୍ଟ ଅଗେଷ୍ଟାଇନ୍‌ ନାମରେ ଜଣେ ଭାରତୀୟ ନାଗରିକ ଗତକାଲି ଗୁଳି ଚୋଟରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି। ପରବର୍ତ୍ତୀ ବ୍ୟବସ୍ଥା ପାଇଁ ଦୂତାବାସ ଅଗେଷ୍ଟାଇନ୍‌ଙ୍କ ପରିବାର ଓ ଡାକ୍ତରୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗସୂତ୍ର ରଖିଛି।
ସୂଚନାଯୋଗ୍ୟ, ପାରାମିଲିଟାରିକୁ (ରାପିଡ୍‌ ସପୋର୍ଟ ଫୋର୍ସେସ) ସୁଦାନ ସେନାରେ ମିଶାଇ ଦେବା ପାଇଁ କରାଯାଇଥିବା ଯୋଜନା ବିଷୟକୁ ନେଇ ସେନା ମୁଖ୍ୟ ଅବ୍‌ଦେଲ୍‌ ଫତାହ ଅଲ୍‌-ବୁରାନ୍‌ ଏବଂ ସେନା ଉପମୁଖ୍ୟ ତଥା ପାରାମିଲିଟାରି କମାଣ୍ଡର୍‌ ମହମ୍ମଦ୍‌ ହାମ୍‌ଦାନ୍‌ ଦାଗ୍‌ଲୋଙ୍କ ମଧ୍ୟରେ କିଛି ସପ୍ତାହ ଧରି ଲାଗି ରହିଥିବା ତିକ୍ତତା ଶନିବାର ଦିନ ପ୍ରକାଶ୍ୟରେ ଉଗ୍ରରୂପ ଧାରଣ କରି ଦୁଇ ସେନା ମଧ୍ୟରେ ଭୀଷଣ ସଂଘର୍ଷର କାରଣ ହୋଇଥିଲା। ରାଜଧାନୀ ଖାର୍‌ତୌମ୍‌ର ଜନମାନବଶୂନ୍ୟ ବାଟଘାଟରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ରାଷ୍ଟ୍ରପତି ଭବନ, ସେନାମୁଖ୍ୟଙ୍କ ବାସଭବନ, ରାଷ୍ଟ୍ରାୟତ ଟେଲିଭିଜନ୍‌ କେନ୍ଦ୍ର ଏବଂ ଖାର୍‌ତୌମ୍‌ରେ ଥିବା ବିମାନ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣକୁ ନେଇଥିବା କଥା ପାରାମିଲିଟାରି ‌ଫୋର୍ସ ଦାବି କରୁଥିବା ବେଳେ ସେନା ତାହାକୁ ଅସ୍ବୀକାର କରିଛି।

Share Now:

Kalinga News Beuro

Next Post

ଅବକାରୀ ମାମଲା : ଜେରା ପାଇଁ ‘ସିବିଆଇ’ ମୁଖ୍ୟାଳୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌

Sun Apr 16 , 2023
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିପାଇଁ ଶୁକ୍ରବାର ଦିନ ‘ସିବିଆଇ’ ତାଙ୍କ ନିକଟକୁ ସମନ୍‌ ପଠାଇଥିଲା। ‘ସିବିଆଇ’ ଅଫିସ୍‌ରେ ହାଜର ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜ ଘାଟ ପରିଦର୍ଶନ କରି କହିଲେ, ଦେଶ-ବିରୋଧୀ ବଳ ଭାରତର ଉନ୍ନତି ଚାହୁଁ ନାହାନ୍ତି। […]
‘ସିବିଆଇ’ ମୁଖ୍ୟାଳୟରେ କେଜ୍ରିୱାଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial