ସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

ସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧିସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧି

ପୂଜାପର୍ବାଣି ବେଳାରେ ଅଧିକ ଜନଗହଳି ନ ହେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେତେକ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଜି ଗୃହମନ୍ତ୍ରାଳୟ ସ୍ଥିତାବସ୍ଥାରେ ଥିବା କରୋନାଭାଇରସ୍ ମହାମାରୀ ‘କଣ୍ଟେନ୍‌ମେଣ୍ଟ୍‌ ଗାଇଡ୍‌ଲାଇନ୍‌’କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉପରୋକ୍ତ କୋଭିଡ୍‌-୧୯ କଟକଣା ଜୁନ୍‌ ୨୯ରେ ଜାରି ହୋଇଥିଲା ଏବଂ ପୁନର୍ବାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାହାକୁ ବଳବତ୍ତର ରଖିବା ଲାଗି ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ପୂଜାପର୍ବାଣି ବେ‌ଳାରେ ଯେମିତି ମାତ୍ରାଧିକ ଜନସମାଗମ ନ ହୁଏ, ସେଥିପ୍ରତି ସୁନିଶ୍ଚିତ ରହିବା ପାଇଁ ମଧ୍ୟ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସୁନିଶ୍ଚିତ ହେବାକୁ କହିଛି। ଆବଶ୍ୟକ ହେଲେ ସମ୍ଭାବ୍ୟ ଜନସମାଗମ ସ୍ଥାନଗୁଡ଼ିକରେ ସ୍ଥାନୀୟ ଭାବେ କଟକଣା ଜାରି କରାଯିବା ଉଚିତ ବୋଲି ମନ୍ତ୍ରାଳୟ କହିଛି। କୋଭିଡ୍‌-୧୯ ଦମନ ପାଇଁ ପଞ୍ଚସୂତ୍ରୀ ରଣନୀତି ଜାରି ରଖିବାକୁ ମଧ୍ୟ ସଦ୍ୟ ପ୍ରକାଶିତ ‘କୋଭିଡ୍‌ ଗାଇଡ୍‌ଲାଇନ୍‌’ରେ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟମାନଙ୍କୁ କହିଛି। ସେଗୁଡ଼ିକ ହେଲା- ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌-ଭ୍ୟାକ୍ସିନେସନ୍ ଏବଂ କୋଭିଡ୍-ସଂଯମ ଆଚରଣ। କୋଭିଡ୍‌-୧୯-ସଂଯମ ଆଚରଣ ପ୍ରବର୍ତ୍ତନ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କ ଠାରୁ ପ୍ରତି ସପ୍ତାହରେ ମିଳୁଥିବା ରିପୋର୍ଟ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ସରକାର କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ୍‌ ପରିଧାନ, ଶାରୀରିକ ଦୂରତ୍ବ ପାଳନ, ଜରିମାନା ଆଦାୟ ଭଳି କଟକଣା ଧାରା ନିମ୍ନଗାମୀ ହେଉଛି। ଏସବୁ ଉପରେ ଗୁରତ୍ବ ଦେବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ପୁନଶ୍ଚ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି। ଏକ ବିବୃତିରେ ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, କେତୋଟି ରାଜ୍ୟରେ ଭୂତାଣୁର ଆଞ୍ଚଳିକ ବ୍ୟପ୍ତି ଛଡ଼ା, ସମ୍ପ୍ରତି ଜାତୀୟସ୍ତରରେ ମହାମାରୀ ପରିସ୍ଥିତି ବହୁଳ ଭାବେ ସ୍ଥିର ରହିଛି। ଅଧିକନ୍ତୁ, କେତେକ ଜିଲ୍ଲାରେ ସମୁଦାୟ ସକ୍ରିୟ ସଂକ୍ରମଣ ମାମଲା ଏବଂ ଅଧିକ ପଜିଟିଭିଟି ହାର ଉଦ୍‌ବେଗଜନକ ରହିଛି।

Share Now:

Kalinga News Beuro

Next Post

କ୍ୟାପିଟାଲ୍‌ ହସ୍ପିଟାଲ୍‌ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ କାଜୁଆଲିଟିରେ ଘୋର ଅବ୍ୟବସ୍ଥା

Sat Aug 28 , 2021
ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ଟୋକନ ମିଳିବାରେ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି। ଟୋକନ ବଣ୍ଟନ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥା ରୋଗୀମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମଳୁଛି। ଉକ୍ତ ସଂସ୍ଥା ରୋଗୀର ଅବସ୍ଥା ପରଖିବା ବାହାନାରେ ମନମାନୀ କରୁଛି ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀର ଅବସ୍ଥା ସଙ୍ଗୀନ ନଥିବା ଦର୍ଶାଇ ଟୋକନ ଦେଉନାହିଁ ଓ […]
ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial