ଦୁଇ ଡାକ୍ତରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କ ସହ ଅନ୍ୟ ଜଣେ ପୁରୁଷ ଡାକ୍ତର କରୋନା ଆକ୍ରାନ୍ତ ଥିବା ଜଣାଯାଇଛିl ଦୁହିଁଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ଆଉ୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ତେବେ ପ୍ରଥମଥର ପାଇଁ ରାଉରକେଲା ସ୍ୱତନ୍ତ୍ର କାରଗାରର ୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାସହ ରାଉରକେଲା ସରକାରୀ ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କର ୨ ଜଣ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଏବେସୁଦ୍ଧା ୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଏହାପରେ ରାଉରକେଲା ରକ୍ତ ଭଣ୍ଡାର ଓ ହସ୍ପିଟାଲରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ହସ୍ପିଟାଲ ଓ ବ୍ଳଡ଼ ବ୍ୟାଙ୍କକୁ ବିଶୋଧନ କରାଯାଇଛି।

Share Now:

Kalinga News Beuro

Next Post

ହଂସପାଳ ଫ୍ଲାଏଓଭର୍‌ର ଶିଳାନ୍ୟାସ ଆଜି: ଦେଢ଼ ବର୍ଷରେ ସରିବ ନିର୍ମାଣ

Mon Jun 8 , 2020
ଭୁବନେଶ୍ୱର: ବହୁ ଟଣାଓଟରା ପରେ ହଂସପାଳ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଫ୍ଲାଏଓଭର ନିର୍ମାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏଠାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁଁ ଏଠାରେ ଫ୍ଲାଏଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial