ସୁନ୍ଦରଗଡ଼: ସରକାର ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ।ମାତ୍ର ଦୁଇ ମାସ ମଧ୍ୟରେ ଏପରି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦର ସାମ୍ନା କରିବାକୁ ପଡ଼ିଛି ସରକାରଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ। ଆଜି ଜିଲ୍ଲା କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚଳିତ ମାସ ୬ ତାରିଖରେ ରାଜସ୍ୱ ବିଭାଗ ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ […]

ମୁମ୍ବାଇ: ଗତକାଲି ମାଇକ୍ରୋସଫ୍‌ଟ ସର୍ଭର ଡାଉନ୍‌ ହେବା ପରେ ବିମାଦ ସେବା ଉପରେ ଏହାର ପ୍ରଭାବ ପଡ଼ିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର କହିଛି ଯେ ବିମାନ ଚଳାଚଳ ଏବଂ ବିମାନ ବନ୍ଦର ସବୁ ସ୍ୱାଭାବିକ ଅବସ୍ଥାକୁ ଆସିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଭ୍ରମଣ ସଂଶୋଧନ ଏବଂ ଫେରସ୍ତ ପ୍ରକ୍ରିୟା ସହ ଜଡିତ ସମସ୍ତ ପ୍ରସଙ୍ଗର ଯତ୍ନ ନିଆଯାଉଛି। “‌ଭୋର୍‌ ୩ ଟାରୁ ବିମାନବନ୍ଦରଗୁଡିକରେ ବିମାନ […]

ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ କ‌ମ୍ପ୍ଲେକ୍ସରୁ କଷ୍ଟମସ୍ ବିଭାଗ ୧୫ କେଜି ଗଞ୍ଜେଇ ଜବତ କରିଛି। ଏକ କୋରିଅର୍‌ ସଂସ୍ଥା ଜରିଆରେ ଏହି ଗଞ୍ଜେଇ ମୁମ୍ବାଇ ପଠାଯାଉଥିଲା। ତେଣୁ ଏହା ବଲିଉଡ୍‌କୁ ଚାଲାଣ ହେଉଥିଲା ବୋଲି ସନ୍ଦେହ କରାଯାଉଛି। କୋରିଅର୍‌ ସଂସ୍ଥାରେ କିଏ ପଠାଉଥିଲା ଏବଂ କାହା ପାଖକୁ ପଠାଯାଉଥିଲା, ସେନେଇ କଷ୍ଟମସ୍‌ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ବିଭାଗୀୟ […]

ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପରର କାର୍ଯ୍ୟକ୍ରମ ଚାଲୁ ରହିଛି। ଜୁଲାଇ ୧୨ରେ ବିବାହ ଶେଷ ହେବାପରେ ଜୁଲାଇ ୧୩ ତାରିଖରେ ଶୁଭ ଆଶୀର୍ବାଦର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିରେ ଖେଳ, ବ୍ୟବସାୟ, ରାଜନୀତି ଓ ବଲିଉଡର କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ଅନନ୍ତଙ୍କ ବିବାହକୁ ବେଶ ଖୁସିରେ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଐଶ୍ଵର୍ଯ୍ୟା ରାଏ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା […]

ପୁରୀ: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍‌ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ […]

ଲକ୍ଷ୍ନୌ: ଗତ ଲୋକସଭା ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ନିର୍ବାଚନରେ ଦଳ ସମ୍ମୁଖୀନ ହୋଇଥିବା ପରାଜୟର ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୪ ନିର୍ବାଚନ ଫଳାଫଳ ଉପରେ କହିଛନ୍ତି ଯେ ବେଳେ ବେଳେ ଅତ୍ୟଧିକ ଆତ୍ମବିଶ୍ୱାସର ପରିଣାମ ଭୋଗିବାକୁ ପଡ଼ିଥାଏ।ସିଏମ ଯୋଗୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ୟୁପିରେ ଯାହା ବି ଫଳାଫଳ ଆସିଛି, […]

ସରକାରୀ ଉଦାସୀନତାର ଉଦାହରଣ ସତ୍ୟବିହାର ଭୁବନେଶ୍ୱର: ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି। ଯଦି ଲଗାଣ ବର୍ଷା ହେଲା, ତେବେ କଥା ସରିଲା। ଘର ଭିତରୁ ବାହାରିବା ମୁସ୍କିଲ୍‌। ଯେତେ ଦରକାର ପଡ଼ିଲେ ବି ବାହାରକୁ ଯିବା ମନା। ବନ୍ଧୁବାନ୍ଧବ ଆସିବାକୁ ଅମଙ୍ଗ। ଏମିତିକି ବୁଲାବିକାଳି ଓ କୋରିଅରବାଲା ମଧ୍ୟ ନାରାଜ। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବର୍ଷା ଛାଡ଼ିଗଲେ ମଧ୍ୟ ସପ୍ତାହେ ପର୍ଯ୍ୟନ୍ତ ଜମି ରହୁଛି […]

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।ସେ ସାେସିଆଲ୍ ମିଡିଆ‘ଏକ୍ସ’ ରେ ଲେଖିଛନ୍ତି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଡ଼ିତ ଥିବା ଘଟଣାକୁ ନେଇ ମୁଁ […]

ଭୁବନେଶ୍ୱର: ଆଜି ଭୋର୍‌ ସମୟରେ ସପ୍ତମ ବାଟାଲିଅନ୍‌ ପରିସରସ୍ଥ ଏକ ଗଛରେ ଝୁଲି ସିପାହୀ ଦୁର୍ଯ୍ୟୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଫେଇ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ଗଛରୁ ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେବାକୁ ବାହାରିଥିବା ବେଳେ ସେ ମୃତ ବୋଲି ଜଣାପଡ଼ିଥିଲା। ତେଣୁ ମୈତ୍ରୀବିହାର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଥିଲା। […]

ଭୁବନେଶ୍ୱର: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୁଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ। ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ […]

Social media & sharing icons powered by UltimatelySocial