ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ବିଶେଷ କରି ପଡ଼ୋଶୀ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ କଟକଣାକୁ କଡାକଡି କରାଯାଇଛି। କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ରହିବ। ଅର୍ଥାତ ସପ୍ତାହର ଶେଷ ଦୁଇ ଦିନ ଶନି-ରବିବାର ଉକ୍ତ ୧୦ ଜିଲ୍ଲାର ସହରାଞ୍ଚଳ ସଟଡାଉନ ରହିବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କଟକଣା ରହିବ। ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ନିୟମ ଲାଗୁ ରହିବ। ଏହାବାଦ୍ ଏହି ୧୦ ଜିଲ୍ଲା ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଏହି ନାଇଟକର୍ଫ୍ୟୁ ଲାଗୁ ରହିବ। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପଡୋଶୀ ଛତିଶଗଡରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।
କରୋନା ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି : ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ
Share Now: