ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୭୫୧ କୋଟି, ରାଜ୍ୟ ଜିଏସଟି ଟ.୩୨,୮୦୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୯୫୧୮ କୋଟି ଟଙ୍କା ଓ ସେସ ୧୦୯୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ କ୍ରମାଗତ ୫ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି। ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜିଏସଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ୨୦୨୧ରେ ୨ୟ ଲହର ଆସିବା ପରେ ଜିଏସଟି ସଂଗ୍ରହ ପୁଣି ଥରେ ପ୍ରଭାବିତ ହୋଇଥିଲା। କିନ୍ତୁ ମହାମାରୀ କମିବା ପରେ ଦେଶର ଅର୍ଥନୀତି ପୁଣି ସୁଧୁରିବା ଆରମ୍ଭ କରିଛି। ଗତ ମାର୍ଚ୍ଚ (ମାର୍ଚ୍ଚ ୨୦୨୨)ପରଠାରୁ ମାସିକ ଜିଏସଟି ସଂଗ୍ରହ କ୍ରମାଗତ ଭାବେ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି।
ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

Share Now: