କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରୁ ମୁଁ ଜଣକୁ ୧୦ ବର୍ଷ ସାଂସଦ କରିଥିଲି, ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ। କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ। ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ୍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜେପି ଯେତେ ବଡ଼ ବଡ଼ ନେତା ବାହାରୁ ଆଣନ୍ତୁ କିଛି ହେବନାହିଁ କେନ୍ଦ୍ରାପଡ଼ାରେ। ଭାରତବର୍ଷର ସବୁଠୁ ଅଧିକ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ପାଇଁ ଲାଗିପଡ଼ି ଆଣିଛନ୍ତି।
ଏଥିପାଇଁ ଜାପାନର ନିପନ କମ୍ପାନୀ ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରୁ ଜାପାନ ଯିବା ସମୟରେ ଭଲ ସିଟ୍ ମିଳି ନ ଥିଲା ବିମାନରେ, ପରେ ଯିବା ପାଇଁ କହିଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇନଥିଲେ, ଯେହେତୁ ନିପନ ଗ୍ରୁପ୍ ସହିତ ଆପଏନମେଣ୍ଟ ଥିଲା, ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ଜାକି କରି ଯାଇଥିଲେ, ଜାପାନରେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିବେ। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀକୁ ୨ ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପଠାଇଥିଲେ। ସାଂସଦ ହେବା ଆଗରୁ ତାଙ୍କର ପାରିବାରିକ କମ୍ପାନୀର ସ୍ଥିତି କଣ ଥିଲା ? ସାଂସଦ ହେବା ପରେ ତାଙ୍କ କମ୍ପାନୀର ବହୁତ ଲାଭ ହୋଇଛି। କମ୍ପାନୀ ପାଇଁ ରେଲୱେ ସାଇଡ଼ିଂ ଆଣିଲେ କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ।
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

Share Now: