ଭୁବନେଶ୍ୱର: ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍‌ଘାଟନ କରିଛନ୍ତି। ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ ଏହା ମଧ୍ୟରେ ରହିଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ଏହି ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନ ଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ୱତ ଗାନ୍ଧୀ […]

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଜିଲ୍ଲା ସଂଗଠନ ମୁଖିଆ (ଜିଲ୍ଲା ସଭାପତି)ଙ୍କ ନାମ ଘୋଷଣା କରିଛି। ୩୩ଟି ସାଂଗଠନିକ ଜିଲ୍ଲାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୧୯ଜଣ ନୂଆ ଓ ୧୪ ଜଣ ପୁରୁଣା। ତିନି ଜଣ ମନ୍ତ୍ରୀ ବଲାଙ୍ଗୀରରେ ଟୁକୁନି ସାହୁ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜରେ ସୁଦାମ ମାରାଣ୍ଡି ସରକାରଙ୍କ କାର୍ଯ୍ୟ ସହ ସଂଗଠନ କଥା ବି ବୁଝିବେ। ସେହିପରି […]

ଭୁବନେଶ୍ୱର: ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ସକାଳୁ ଭିଡ଼ ଆରମ୍ଭ ହୋଇଯାଇଛି। ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, କଟକର ଅମରେଶ୍ୱର ମନ୍ଦିର , ଧବଳେଶ୍ୱର ମନ୍ଦିର, ପରମହଂସ ମନ୍ଦିର, ଢେଙ୍କାନାଳ ଜିଲ୍ଲାର କପିଳାସ, ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଭକ୍ତମାନେ ମନ୍ଦିରରେ ପୂଜାର୍ଚ୍ଚନା […]

ଭୁବନେଶ୍ୱର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବାମପାର୍ଶ୍ଵରେ ସମାନ୍ତରାଳ ରାସ୍ତା ଖୋଲିବା ପାଇଁ ଆଜି ହେବାକୁ ଥିବା ବସ୍ତି ଉଚ୍ଛେଦ କାର୍ଯ୍ୟ ବିରୋଧ ଯୋଗୁଁ ହୋଇପାରିନି। ୪ଟି ବସ୍ତିର ଶତାଧିକ ବାସିନ୍ଦା ଉଚ୍ଛେଦକାରୀ ଟିମ୍‌ର ଜେସିବି ଆଗରେ ଶୋଇବା ସହ ଜୋରଦାର୍ ବିରୋଧ କରିବାରୁ ଆଜି ପ୍ରଶାସନ ଏହାକୁ ଉଚ୍ଛେଦ କରି ପାରି ନଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଉଚ୍ଚପଦସ୍ଥ ପୁଲିସ ଓ ଅନ୍ୟ ବିଭାଗୀୟ […]

ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏର ଉଚ୍ଛେଦକାରୀ ଅଧିକାରୀଙ୍କ ଉପରେ ଲୋକ ହସିଲେଣି। କାରଣ ଯେଉଁଦିନ ଉଚ୍ଛେଦକାରୀ ଟିମ୍‌ ଜେସିବି ଲଗାଇ ଦୋକାନ ଭାଙ୍ଗିଲେ ବୋଲି କହୁଛନ୍ତି, ତା’ ପରଦିନ ସେଠାରେ ପୁଣି ଦୋକାନ ଗଢ଼ା ହେଉଛି। ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ପ୍ରତି ଅଞ୍ଚଳରେ ଏମିତି ଉଚ୍ଛେଦ ପରଦିନ ପୁଣି ଦୋକାନ ବସୁଥିଲେ ହେଁ କର୍ତ୍ତୃପକ୍ଷ କିଛି କରି ପାରୁନାହାନ୍ତି। ଏହି ଦୁଇଟି ସଂସ୍ଥାର ଅଧିକାରୀଙ୍କ […]

ଝାରସୁଗୁଡ଼ା: ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ତଥା ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ […]

ଟ୍ରାଫିକ୍‌ ଫାଶ ନେଉଛି ଜୀବନ, ୫ ବର୍ଷରେ ଗଡ଼ିଲାଣି ୫ ମୁଣ୍ଡ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଯିବାକୁ ଅହେତୁକ ଜାମ ଭିତରେ ଫସି ହୋଇଯାଉଛନ୍ତି କାର୍‌ ଓ ବାଇକ୍‌ ଚାଳକ। ଏହା ସାଙ୍ଗକୁ ଏବେ ରାଜଧାନୀର ବିଭିନ୍ନ ପ୍ରମୁଖ ରାସ୍ତାରେ ହେଉଥିବା କାମ ମଧ୍ୟ ଜାମ ସୃଷ୍ଟି କରୁଛି। ସାଧାରଣ ଲୋକ ପ୍ରତ୍ୟେକ […]

ମାସ ଶେଷକୁ ହେବ ଜୋରଦାର ଚଢ଼ଉ, ବସିବ ମୋବାଇଲ୍‌ କୋର୍ଟ ଭୁବନେଶ୍ୱର: ସର୍ବକ୍ଷମା ଯୋଜନାର ଅବଧି ଫେବୃଆରୀ ୨୦ରେ ସରିବ। ଏହାପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବେଆଇନ ନିର୍ମାଣ ଉପରେ ଚଢ଼ଉ ହେବ। ଯିଏ ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ କରିଥିବେ, ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ସିଲ୍‌ କରାଯିବ। ଚଳିତ ମାସର ଶେଷ ସପ୍ତାହରୁ ସମସ୍ତ […]

ଭାରତରେ ହାଇ ଆଲର୍ଟ ନୂଆଦିଲ୍ଲୀ: ଉହାନ୍‌ରେ ଆଉ ୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଛି। ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା। ସମ୍ପ୍ରତି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ […]

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ। ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ […]

Social media & sharing icons powered by UltimatelySocial