ଭୁବନେଶ୍ୱର : ‘‘ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା। ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ। ପଛରେ ମୁଁ ବସିଥିଲି। ଗୋଟିଏ କି ଦୁଇଟି ଜାଗାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂରେ ଲାଗିଥିବା ମହାପ୍ରଭୁଙ୍କ ଫଟୋକୁ ନମସ୍କାର କରୁଥିବା ପୂର୍ବରୁ ମୁଁ ଦେଖିଥିଲି। ଭାବୁଥିଲି, ବୋଧହୁଏ ମହାପ୍ରଭୁଙ୍କ ଉପରେ ଆଖି ପଡିଯାଇଥିବ, ଏଣୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଛନ୍ତି। କିନ୍ତୁ […]

ଭୁବନେଶ୍ୱର : କାର୍ଯ୍ୟରତ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସପ୍ଲାନେଡ୍ ମଲ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଏବଂ ଦୁଇଜଣ ସୁରକ୍ଷାକର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ। ମଲ୍ ଖୋଲିବା ପରେ ଆଜି ସାମ୍ବାଦିକମାନେ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ପୁଲିସ ଦୁଇ ସୁରକ୍ଷାକର୍ମୀ ପଙ୍କଜ ଓ […]

ଆଗେଇ ପାରୁନି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ୫ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିପାରିଲେନି ଆକାଶ ଟ୍ୟାବ୍‌ ଭୁବନେଶ୍ୱର: ଉଚ୍ଚଶିକ୍ଷାର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କୋଟି କୋଟି ଟଙ୍କା ମିଳୁଛି। ହେଲେ କର୍ତୃପକ୍ଷ ତାହାକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଆଉ କେତେବେଳେ ଗୋଟିଏ କାମ ପାଇଁ ଟଙ୍କା ଆସିଥିବା ବେଳେ ତାହାକୁ ଅନ୍ୟ କାମରେ ଲଗାଉଛନ୍ତି। ଯେଉଁଥିପାଇଁ ହାତ ମୁଠାକୁ ଟଙ୍କା ଆସି ଫେରିଯାଉଛି। ଏଭଳି ଅନେକ ଉଦାହରଣ ରହିଥିବା ବେଳେ […]

ଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ। ଏହା ହେଉଛି ପାକିସ୍ତାନ ଅନ୍ତର୍ଗତ ପେଶଓ୍ଵାର୍‌ର ପଞ୍ଜ ତୀର୍ଥ ମନ୍ଦିର। ଅଜ୍ଞାତବାସ କାଳରେ ପାଣ୍ଡବମାନେ ଯେଉଁ ସ୍ଥାନରେ କିଛି ସମୟ ପାଇଁ ବାସ କରିଥିଲେ ଠିକ୍‌ ସେହି ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନକୁ ଖାଇବର ପଖ୍‌ତୁନ୍‌ଖ୍ଵା ପ୍ରଦେଶ ଜାତୀୟ […]

ରେଓ୍ଵାରି: ଭାରତ ନେଟ୍‌ ଅପ୍‌ଟିକ୍‌ ଫାଇବର୍‌ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି ବୁଧବାର ଦିନ ସରକାର କହିଛନ୍ତି। ହରିୟାଣାର ରେଓ୍ଵାରି ଠାରେ ଏକ ଡିଜିଟାଲ୍‌ ଗାଁ ଉଦ୍‌ଘାଟନ କରି ଟେଲିକମ୍‌ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି: ଭାରତ ନେଟ୍‌ ଜରିଆରେ ଆମେ ୧.୩ ଲକ୍ଷ ଗ୍ରାମପଞ୍ଚାୟତକୁ ସଂଯୋଗ କରିସାରିଛୁ… ଆମର ଲକ୍ଷ୍ୟ ହେଉଛି ଏହାକୁ […]

ନୂଆଦିଲ୍ଲୀ: ବିଜେପି ପାଦ ତଳୁ ମାଟି ଖସିବାରେ ଲାଗିଛି। ଆଜି ପ୍ରକାଶିତ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳରେ ବିଜେପି ନିରାଶ ହୋଇଛି। ୫ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେପି ହାତରୁ ଝାଡ଼ଖଣ୍ଡ ଖସିଯାଇଛି। ୨୦୧୮ ମାର୍ଚ୍ଚ ବେଳକୁ ବିଜେପି ଏବଂ ତାହାର ସହଯୋଗୀ ଦଳ ଗୁଡ଼ିକ ଦେଶର ପାଖାପାଖି ୭୦ ପ୍ରତିଶତ ଭୌଗୋଳିକ ଅଞ୍ଚଳରେ ଶାସନ କରୁଥିଲେ। ତେବେ ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ […]

କାନପୁର: ବିବାଦୀୟ ନାଗରିକତା ଆଇନକୁ ନେଇ ଉତ୍ତର ପ୍ରଦେଶର ୨୫ରୁ ଅଧିକ ସହରରେ ଆଜି ମଧ୍ୟ ହିଂସା ଜାରି ରହିଛି। ଗତ ଗୁରୁବାର ଠାରୁ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଏ ପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଥିବା ରାଜ୍ୟ ‌ପୁଲିସ ସ୍ୱୀକାର କରିଛି। ଏହି ହିଂସାରେ ପ୍ରାୟ ୫୦୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦ରୁ ଅଧିକ ପୁଲିସ କର୍ମଚାରୀ ଥିବା କୁହାଯାଉଛି। ଏହି ମାମଲାରେ ୭୦୫ […]

ଭୁବନେଶ୍ୱର: ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ। ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବ ଓ ୨୦୨୦ ଫେବ୍ରୁଆରି ୨୬ ମଧ୍ୟରେ ଶେଷ ହେବ। ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେବା ସହିତ କହିଛନ୍ତି, ଇତିମଧ୍ୟରେ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା […]

୨୫ ଲକ୍ଷ ଜରିମାନା; ପୀଡ଼ିତାଙ୍କ ମା‌’ଙ୍କୁ ୧୦ ଲକ୍ଷର ଅତିରିକ୍ତ ସହାୟତା, ଲୋକପ୍ରତିନିଧି ହୋଇ ସେଙ୍ଗର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀର ତିସ୍‌ହଜାରି କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଜିଲ୍ଲା ଜଜ୍‌ ଧର୍ମେଶ ଶର୍ମା ସେଙ୍ଗରଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ […]

ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ ୱେଲସ ’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ […]

Social media & sharing icons powered by UltimatelySocial