ମିକ୍ସଚର ଫ୍ୟାକ୍ଟ୍ରି ଏମ୍‌ଡି ଗିରଫ,୨ ସହଯୋଗୀ ଫେରାର୍‌ ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ପ୍ଲଟ୍‌ ବିକିବା ବାହାନାରେ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କଠାରୁ ୨ କୋଟିରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ମିକ୍ସଚର ଫ୍ୟାକ୍ଟ୍ରି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବାପ୍‌ସା ଏଣ୍ଟରପ୍ରାଇଜର୍ସ ଏମ୍‌ଡି ପଦାରବିନ୍ଦ ମହାପାତ୍ର(୪୩)। କଟକ ପୁରୀ ଘାଟ ଥାନା ଅଞ୍ଚଳର ବାସିନ୍ଦା ପଦାରବିନ୍ଦଙ୍କୁ ପୁଲିସ ଗତକାଲି […]

ଭୁବନେଶ୍ବର : ଜନସାଧାରଣଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇ ଦେବାପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ରାତିରେ ଏଥିରେ କେହି ଜଣେ ପର୍ଣ୍ଣ ସାଇଟ୍‌ ଖୋଲି ଦେଇ ଚାଲିଯିବା ପରେ ହଙ୍ଗାମା ହୋଇଛି। ରାଜମହଲ ଛକରେ ମୋ ବସ୍‌ ଷ୍ଟାଣ୍ଡ‌ କଡ଼ରେ ଥିବା ଏହି କିଓସ୍କରେ ଦୀର୍ଘ ୧୫ ମିନିଟ୍‌ କାଳ ନଗ୍ନ ଚିତ୍ର ଦେଖାଯିବା ପରେ ସେଠାରେ […]

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର କେରମିଟି ଗ୍ରାମରେ। ଗତ ଗୁରୁବାର ଦିନ ସଶସ୍ତ୍ର ନକ୍ସଲ କେରମିଟି ଗ୍ରାମରେ ପହଞ୍ଚି ଗ୍ରାମର ଆନନ୍ଦ ମାଢିଙ୍କୁ ଘରୁ ଅପହରଣ କରି ନେଇଥିଲେ। ଆନନ୍ଦକୁ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ଆନନ୍ଦ ପୁଲିସ ଇନଫର୍ମର ବୋଲି ନକ୍ସଲ ପ୍ରଜାକୋର୍ଟରେ ଆନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଆନନ୍ଦକୁ ନିସ୍ତୁକ […]

ଭୁବନେଶ୍ୱର: ମୋମୋ ପାଇଁ ମୁଣ୍ଡ ଗଡ଼ିବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜଣଙ୍କୁ ପୁଲିସ ଅଟକ ରଖିଛି। ସତ୍ୟ ଓ କାହ୍ନା ନାମକ ଦୁଇ ଯୁବକଙ୍କୁ ସହିଦନଗର ପୁଲିସ ଗିରଫ କରିଥିବାବେଳେ ଉଭୟ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ଉଭୟ ଭୁବନେଶ୍ୱରର ଏକ ବାଇକ ସୋରୁମରେ କାମ କରୁଥିଲେ। ସାମାନ୍ୟ କମେଣ୍ଟ ମରାକୁ କେନ୍ଦ୍ର କରି ଗାଡ଼କଣର ଚିଣ୍ଟୁ ପରିଡାକୁ ରାସ୍ତା ଉପରେ ଗୋଡେଇ ଗୋଡେଇ ଏ […]

ନୂଆଦିଲ୍ଲୀ: ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ସେ ଭୋଜି ହେଉ ଅବା କୌଣସି ଜନ୍ମଦିନ ଭୋଜି କିଛି ଲୋକ ପିଜ୍ଜା ଅର୍ଡର କରି ଖାଇବାକୁ ପସନ୍ଦ କରିଥାଆନ୍ତି। ପିଜ୍ଜାକୁ ନେଇ ନିକଟରେ ଏମିତି ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ପିଜ୍ଜା ଖାଇବା ପୂର୍ବରୁ ଥରେ ନିଶ୍ଚିତ ଚିନ୍ତା କରିବେ। ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ଅଭିଯୋଗ କରି କହିଛନ୍ତି କି, ସେ ଏକ ପ୍ରସିଦ୍ଧ କମ୍ପାନିରୁ […]

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଖରାବେଳେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ କରିଛି ପଡ଼ୋଶୀ ଘରର ୨୦ ବର୍ଷର ଯୁବକ। ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତା ନାବାଳିକା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି […]

କୋଟ୍ଟାୟାମ୍‌: ୨୦୧୮ ନନ୍‌ ଦୁଷ୍କର୍ମ ମାମଲାରେ କୋଟ୍ଟାୟାମ୍‌ ଆଡିସ୍‌ନାଲ୍‌ ସେସନ୍‌ସ୍‌ କୋର୍ଟ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ୍‌ଙ୍କୁ ‘ଦୋଷୀ ନୁହନ୍ତି’ ବୋଲି ଘୋଷଣା କରିଛନ୍ତି। ରାୟ ଶୁଣାଣି ପରେ ଆଶ୍ବସ୍ତ ଦିଶୁଥିବା ପରି ମନେହେଉଥିବା ବିସପ୍‌ ମୁଲକ୍କଲ୍‌ ଅଦାଲତ ବାହାରକୁ ଆସି କହିଲେ, ଧନ୍ୟ ଈଶ୍ବର। ଜଣେ ନନ୍‌ଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭାରତରେ ଗିରଫ ହୋଇଥିବା ପ୍ରଥମ କ୍ୟାଥୋଲିକ୍‌ ବିସପ୍‌ ହେଉଛନ୍ତି ଫ୍ରାଙ୍କୋ ମୁଲକ୍କଲ୍‌। ୨୦୧୮ ସେପ୍ଟେମ୍ବର ୨୧ରେ […]

ଭୁବନେଶ୍ବର : ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ହତ୍ୟା ମାମଲାରେ ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ୩ ଜଣଙ୍କୁ ନୟାଗଡ଼ରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି। ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ଆଜି ଶବ […]

ଭୁବନେଶ୍ୱର: ଭୁବନେଶ୍ବର-କଟକ ଜାତୀୟ ରାଜପଥର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା‌ରେ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଅର୍ମାନ୍‌ ଖାନ୍‌ ଓରଫ୍‌ ପପୁ ବୋଲି ଜଣାପଡ଼ିଛି। ଅନ୍ୟଜଣଙ୍କର ନାଁ ଜଣା ପଡ଼ିନାହିଁ। ଉଭୟଙ୍କ ଘର ରାଉରକେଲାରେ। ଏଠାରେ ସାଲିଆସାହିରେ ରୁହନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ୧୫ରେ ଉଭୟ ଏକ ବାଇକ୍‌‌‌‌ରେ ରସୁଲଗଡ଼ରୁ ସାଲିଆସାହି ଫେରୁଥିବା ବେଳେ ଏହି […]

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରର ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୁଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏହି ଘଟଣାରେ ଶିକ୍ଷକଙ୍କ ସହ ସାମିଲ ଥିବା ଅନ୍ୟ ତିନିଜଣ ଯୁବକଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନାବାଳିକାଙ୍କ କହିବା ଅନୁଯାୟୀ, ଗତ ତିନି ବର୍ଷ ଧରି ଅଭିଯୁକ୍ତ ଶିକ୍ଷକ ତାଙ୍କୁ ଧମକ ଦେଇ ଦୁଷ୍କର୍ମ କରି […]

Social media & sharing icons powered by UltimatelySocial