ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ହେବ ମାମଲା ରୁଜୁ ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତିା ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିା ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ […]

ସବୁଜରେ ଖୋଲି ଲାଲ୍ ରଙ୍ଗରେ ବନ୍ଦ ହେଲା ସେନସେକ୍ସ ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇଥିଲା। ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି ଯେ ଫ୍ୟୁଚର ଆଣ୍ଡ […]

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଦୋଦୂଲ୍ୟମାନ। କେଉଁ ବିଭାଗରେ ଆଦୌ ପ୍ରଫେସର ନାହାନ୍ତି ତ ଆଉ କେଉଁଠି ଜଣେ ଦୁଇ ଜଣରେ ଚାଲିଛି। ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ଅର୍ଧାଧିକ ଖାଲି ପଡ଼ିଛି। ଆବଶ୍ୟକ ଆସୋସିଏଟ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ନାହାନ୍ତି। ପ୍ରଫେସରଙ୍କ କଥା ନକହିବା ଭଲ। ୨୭ଟି ନିୟମିତ ବିଭାଗ ରହିଥିଲେ ମଧ୍ୟ ମାତ୍ର ୧୧ଜଣ ପ୍ରଫେସର ଏବେ ରହିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ଅନୁଯାୟୀ ପଢ଼ାଇବାକୁ […]

ଭୁବନେଶ୍ୱର: ଦିନେ ଦୁଇ ଦିନ ଭିତରେ ଏଏସଆଇ ଟିମ୍ ଭିତର ରତ୍ନଭଣ୍ଡାରର ଯାଞ୍ଚ କରିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ସ୍ଥାନାନ୍ତରଣ ହୋଇସାରିଛି। ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍। ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ। ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ […]

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଛି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି। […]

ଭୁବନେଶ୍ୱର: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ମସ୍ୟ ସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ। ୧ କୋଟି ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ଉ। ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ, ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକସ୍ଥିତ […]

ଭୁବନେଶ୍ୱର: ଆସନ୍ତାକାଲି ସୋମବାରଠୁ ବିଧାନସଭା ଅଧିବେଶନ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ରବିବାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବିଧାନସଭା ଅଧିବେସନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସରେ ପହଞ୍ଚି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।ବିରୋଧୀ ଦଳ ନେତା ନବୀନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଏହାସହ ବିଧାନସଭାର ସମସ୍ତ […]

ନୂଆଦିଲ୍ଲୀ: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିବା ଜଣେ ଯୁବତୀଙ୍କୁ ନାଗସାପ ଦଂଶନ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଘାଡ଼ କସୱେରେ ଦୀପା ସାହୁ ବସବାସ କରନ୍ତି। ଚାରିଜଣ ଭାଇଭଉଣୀଙ୍କ ମଧ୍ୟରେ ଦ୍ଵିତୀୟ ନମ୍ବରରେ ଥିବା ଦୀପା ସାହୁ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ପ୍ରାୟତଃ ରିଲକ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାଆନ୍ତି।ନିକଟରେ ସେ ଘର ପାଖରେ ଥିବା ବଗିଚାକୁ […]

ସୁନ୍ଦରଗଡ଼: କୁତ୍ରା ଥାନା ତୁନମୁରା କାଶୀପଡ଼ା ଡବଲ ମର୍ଡର ଘଟଣାର ଏକ ସପ୍ତାହ ପରେ ଅଭିଯୁକ୍ତ ରାଜୁ ନାଗକୁ ଶନିବାର ରାତିରେ ଧରିବା ପରେ ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେଜ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ରାତିରେ ଅଭିଯୁକ୍ତ କାର ଡ୍ରାଇଭର ରାଜୁ ନାଗ କାଶୀପଡ଼ାର ପ୍ରେମିକା ଲିପ୍ସା କେର୍କେଟାଙ୍କ ସହ ତାଙ୍କ ସହପାଠୀ […]

ଭୁବନେଶ୍ୱର: ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ ଏଆଇସିସି ଭଙ୍ଗ କରିଛି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରାଯାଇଛି। ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି। ବର୍ତ୍ତମାନର ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି। ଏଆଇସିସିର ଏହି ନିଷ୍ପତ୍ତି ପରେ ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଦାୟିତ୍ବରୁ […]

Most Read

Social media & sharing icons powered by UltimatelySocial