ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି। ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ। ନିଜର ପ୍ରଥମ ରାଜ୍ୟଗୋଷ୍ଠୀ ପଦାର୍ପଣରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ସେ ଭାରତ […]

ବର୍ମିଂହାମ : ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ। ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ। ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା। […]

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଆଜି ଭାରତ ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ପଦକ ଜିତିଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ବ୍ରୋଞ୍ଜ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଲଢ଼ିଥିଲା ଓ କମନୱେଲଥ ଗେମ୍ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚରେ ଭାରତୀୟ ଦଳ ସୁଟଆଉଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ଭାରତ ନ୍ୟୁଜିଲାଣ୍ଡ […]

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମ ପଦକ ହାସଲ କରି ପ୍ରଥମ ପଦକ ନିଶ୍ଚିତ କରିଛି। ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୫ୱିକେଟ୍ ହରାଇ ୧୫୯ରନ୍ […]

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା। ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ଏକ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ପରେ ସେ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ […]

ଇସ୍‌ଲାମ୍‌ବାଦ୍‌: ୧୭୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଅମ୍ପାରିଂ। ୪୯ ଟେଷ୍ଟ, ୯୮ ଏକ ଦିବସୀୟ ଆଉ ୨୩ ଟି-୨୦ ମ୍ୟାଚ୍। ଆଇସିସି ଏମ୍ପାୟାର୍ସ ଏଲିଟ୍ ପ୍ୟାନେଲରେ ସେ ଜଣେ ସଦସ୍ୟ। ୨୦୦୦ ରୁ ୨୦୧୩ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାରିଂ କରିଥିବା ପାକିସ୍ତାନୀ ଅମ୍ପାୟାର ଅସଦ୍ ରୌଫ୍ ଏବେ ଦୋକାନରେ ବସି ଜୋତା ବିକୁଛନ୍ତି। ଟିଭି ପରଦାରେ କ୍ରିକେଟ୍ ଫିଲ୍ଡରେ ନିଶ୍ଚୟ ତାଙ୍କୁ ଦେଖିଥିବେ। ହେଲେ କେବେ ଭାବି ନଥିବେ […]

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ରମିଜ ରାଜା ତାଙ୍କ ବିବୃତିକୁ ନେଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ରମିଜ ରାଜା ଦାବି କରିଥିଲେ ଯେ ତାଙ୍କ ଅଧ୍ୟକ୍ଷତାରେ ପାକିସ୍ତାନୀ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି ଏବଂ ଅନେକ ଉତ୍କୃଷ୍ଟ ପ୍ରଦର୍ଶନ କରିଛି। କିନ୍ତୁ ରମିଜ ରାଜାଙ୍କ ଯୋଜନାରେ ଅନେକ ପ୍ରଶ୍ନ ଉଠିଛି, ପୂର୍ବତନ ପାକିସ୍ତାନୀ […]

ବେଙ୍ଗାଲୁରୁ : ସିରିଜ ୨-୨ ସ୍ତରରେ ଥିଲା। ରବିବାର ଖେଳାଯାଉଥିବା ୫ମ ଟି-୨୦ ମ୍ୟାଚର ଫଳାଫଳ ସିରିଜ ବିଜେତା ପ୍ରଦାନ କରିଥାନ୍ତି। କିନ୍ତୁ ବର୍ଷା ସବୁ ବିଗାଡ଼ିଦେଲା। ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଟସ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପରେ ବର୍ଷା […]

ଭୁବନେଶ୍ବର : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି ଏହି ମ୍ୟାଚ୍‌ ପୂର୍ବରୁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ଦ୍ବିତୀୟ ଟ୍ବେଣ୍ଟି-୨୦କୁ ନେଇ ବାରବାଟୀ ବାହାରେ ସୁରକ୍ଷା ବ୍ୟବସ୍ଥା ଯେତିକି କଡ଼ା, ଭିତରେ ପିଚ୍‌କୁ ନେଇ ସେତିକି ଦ୍ବନ୍ଦ୍ବ। ଦୁଇ […]

ଭୁବନେଶ୍ବର: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ହେଟେଲରୁ ବାହାରିଛନ୍ତି। ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପହଞ୍ଚିବେ ବୋଲି ସୂଚନା ମିଳିଛି। ଭୁବନେଶ୍ବରସ୍ଥିତ ମେ ଫେୟାର ହୋଟେଲରୁ କ୍ରିକେଟରମାନେ ସନ୍ଧ୍ୟା ୪ଟା ୫୦ରୁ ବାହାରିଥିଲେ। ଖେଳାଳିମାନେ କଡାସୁରକ୍ଷା ମଧ୍ୟରେ […]

Breaking News

Most Read

Social media & sharing icons powered by UltimatelySocial