ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ସହର ଅକଲାଣ୍ଡରେ ତିନି ଦିନିଆ ଲକଡାଉନ କରାଯାଇଛି। ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ। ସହରରେ ନୂଆ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶନିବାର ସନ୍ଧ୍ୟାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କ ସହ ଆଲୋଚନା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ କହିଛନ୍ତି ଯେ, ସହରରେ ଚିହ୍ନଟ ହୋଇଥିବା ନୂଆ କରୋନା ଭୂତାଣୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନପାଇବା ପର୍ଯ୍ୟନ୍ତ ସଜାଗ ରହିବୁ। ନୂତନ କରୋନା ଭୂତାଣୁ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କି ନୁହେଁ, ସେ ସୂଚନା ମଧ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ଜେସିଣ୍ଡା ଆର୍ଡନ କହିଛନ୍ତି ଯେ, ନୂଆ କରୋନା ଭୂତାଣୁ ଚିହ୍ନଟ ହେବା ପରେ ବାକି ଦେଶର ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯିବ, ଯାହା ଦ୍ବାରା ଅକଲାଣ୍ଡ ସହର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଏହି ଭୂତାଣୁ ବ୍ୟାପିବ ନାହିଁ। ରବିବାର ଦିନ ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଅକଲାଣ୍ଡରେ ଗୋଟେ ପରିବାରର ତିନିଜଣ ସଦସ୍ୟ ନୂଆ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଣୁ ସହରରେ ନୂତନ କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଏହି ସତର୍କତାମୂଳକ ନିଷ୍ପତ୍ତି ନିଆଯାଇଛି।
ନ୍ୟୁଜିଲାଣ୍ଡରେ ନୂଆ କରୋନା ଭୂତାଣୁ ଚିହ୍ନଟ : ଅକଲାଣ୍ଡକୁ ଲକଡାଉନ୍ କଲେ ସରକାର
Share Now: