ନୂଆଦିଲ୍ଲୀ: ୨ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚୀନର ଆର୍ଥିକ ହବ୍ ଭାବେ ଜଣାଶୁଣା ସାଂଘାଇ ଏବଂ ଶେନଜେନ୍ ସମେତ ନିଜର ବଡ ସହରରେ କୋଭିଡ୍ ପରୀକ୍ଷଣ ଏବଂ ଲୋକଙ୍କୁ କ୍ବାରେଣ୍ଟାଇନ କରିବା ଆରମ୍ଭ କରାଯାଇଛି। କୋଭିଡ-୧୯ ସଂକ୍ରମଣ ବଢ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ, ପ୍ରେକ୍ଷାଳୟ, ଜିମ୍ ଏବଂ ଅନ୍ୟାନ୍ୟ ମନୋରଞ୍ଜନ ସ୍ଥାନ ବନ୍ଦ କରିଛନ୍ତି। ତେବେ ବଡ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ନକରି କିଛି ପ୍ରତିବନ୍ଧକ ଲାଗୁ କରାଯାଇଥିବା ଜଣାପଡ଼ିଛି। ବୁଧବାର ଦିନ, ସାଂଘାଇରେ ୪୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଜୁଲାଇ ୧୩ପରଠାରୁ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାରା ଦେଶରେ ୧୪୦୬ଜଣ ନୂତନ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ପୁଣି କରୋନା କବଳରେ ଚୀନ୍: ସଂକ୍ରମଣ ବଢ଼ିବା ପରେ ବନ୍ଦ ହେଲା ସ୍କୁଲ, କଲେଜ, ଥିଏଟର, ଜିମ୍

Share Now: