୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଛି: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’

ଜେନିଭା: ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ଜାନୁଆରି ୨୫ ତାରିଖ ସୁଦ୍ଧା ସମଗ୍ର ବିଶ୍ୱର ୭୦ଟି ଦେଶକୁ ବ୍ୟାପିଯାଇଛି। ‘ଭିଓସି୨୦୨୦୧୨/୦୧’ ଭାବେ ପରିଚିତ ଏହି ଭୂତାଣୁ ପୂର୍ବ ସଂକ୍ରମିତ ଭୂତାଣୁ ଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ଗତ ସପ୍ତାହକ ମଧ୍ୟରେ ଏହା ଆହୁରି ୧୦ଟି ଦେଶକୁ ବ୍ୟାପିଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ସେହିଭଳି, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ଅନ୍ୟ ଏକ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ସମ୍ପ୍ରତି ୩୧ଟି ଦେଶକୁ ବ୍ୟାପିଯାଇଛି। ଗୋଟିଏ ସପ୍ତାହ ତଳେ ଏହା ୮ରୁ ଅଧିକ ଦେଶକୁ ବ୍ୟାପିଯାଇଛି। ‘୫୦୧ ୱାଇ.ଭି୨’ ଭାବେ ଏହି ଭୂତାଣୁକୁ ଚିହ୍ନିତ କରାଯାଇଛି। ଏହି ପରିବର୍ତ୍ତିତ ଭୂତାଣୁ ଯୋଗୁଁ ପୁନଃସଂକ୍ରମଣ ଆଶଙ୍କା ରହିଛି ଏବଂ ସମ୍ପ୍ରତି ବଜାରକୁ ଆସିଥିବା କୋଭିଡ୍‌-୧୯ ଟିକାର ଫଳପ୍ରଦତା ପ୍ରତି ଏହା ଚାଲେଞ୍ଜ୍‌ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ଏହା ବ୍ୟତିରେକେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ତୃତୀୟ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁଟି ପ୍ରଥମେ ବ୍ରାଜିଲ୍‌ରେ ଚିହ୍ନଟ ହୋଇଥିଲା। ଦୁଇ ସପ୍ତାହ ମଧ୍ୟରେ ତାହା ୮ଟି ଦେଶକୁ ବ୍ୟାପିଯାଇଛି। ଏହି ଭୂତାଣୁକୁ ‘ପି୧’ ନାମରେ ଚିହ୍ନିତ କରାଯାଇଛି।

Share Now:

Kalinga News Beuro

Next Post

ଟ୍ରାକ୍ଟର୍‌ ରାଲି ହିଂସାକାଣ୍ଡରେ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା

Thu Jan 28 , 2021
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍‌ ଲାଇନ୍‌ସ୍ଥିତ ସୁଶୃତ ଟ୍ରମା ସେଣ୍ଟର୍‌ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍‌ କିଲ୍ଲାରେ ପହଞ୍ଚିବା ପରେ […]
ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial