ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କ୍ରାଇମବ୍ରାଞ୍ଚ ମାସେ ହେଲା ଗୋପାଳକୁ ପଚରାଉଚରା କରୁଥିଲେ ବି ହତ୍ୟାକାଣ୍ଡର କାରଣ ଜାଣିପାରି ନାହିଁ। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଖରେ ଯାହା ତଥ୍ୟ ଅଛି, ଗୋପାଳ ଦାସ ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲେ। ସେତେବେଳ କ’ଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବ ବାବୁଙ୍କ ନାରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳର ଝିଆରୀକୁ ପଚାର ଉଚୁରା କଲେ ସ୍ପଷ୍ଟ ଜଣାପଡ଼ିବ।
କଂଗ୍ରେସର ବରିଷ୍ଠ ନେତା ଶ୍ରୀ ମିଶ୍ର କହିଛନ୍ତି ଗୋପାଳ ଦାସ ପାଗଳ ନ ଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇ ସାରିଛି କୋର୍ଟ ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି। ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା, ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର। କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି। ସେଭଳି ଚରିତ୍ରର ଲୋକ ତାଙ୍କ ଦଳରେ ଥିଲେ ଦଳ ବଦନାମ ହେବ। ସେଇଥିପାଇଁ ପାଗଳ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଠା କରୁଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଛନ୍ତି, ଷଡ଼ଯନ୍ତ୍ର ପ୍ରମାଣିତ ହୋଇ ଗଲାଣି। ବର୍ତ୍ତମାନ ଯାହା ଜଣାପଡୁଛି ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଷଡ଼ଯନ୍ତ୍ର ହୋଇଥିଲା। ଅଭିଯୁକ୍ତର ବଡ଼ଭାଇ ହତ୍ୟା ପରେ ବ୍ରହ୍ମପୁର ପଳେଇଛି। ସଙ୍ଗେ ସାଙ୍ଗେ ଅଭିଯୁକ୍ତ ସ୍ତ୍ରୀ କହୁଛନ୍ତି ମୋ ସ୍ୱାମୀ ପାଗଳ। ୮ ବର୍ଷ ତଳେ ଚିକିତ୍ସା କରିଥିବା ଡାକ୍ତର ହଠାତ ସାମ୍ନାକୁ ଆସୁଛି। ଗୋପାଳକୁ କିଏ ବ୍ୟବହାର କରିଛି ନା ନାହିଁ ସଠିକ ତଦନ୍ତ ପରେ ସତ ପଦାକୁ ଆସିବ। ଅନ୍ୟପଟରେ ବ୍ୟବସାୟିକ ଓ଼ ରାଜନୈତକ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇପାରେ। କଂଗ୍ରେସ ଛାଡି ବିଜେଡିକୁ ଯିବା ପରେ ତାଙ୍କ ଦଳର ପଶ୍ଚିମ ଓଡ଼ିଶାର ନେତାଙ୍କ ଭାଉ (ପ୍ରଭାବ) କମି ଯାଇଥିଲା। ନବଙ୍କ ଭାଉ ବଢ଼ିଗଲା। ବ୍ରଜରାଜନଗର ଉପନିର୍ବାଚନ ବେଳେ ଏଭଳି ଘଟଣା ଘଟିଛି। ଆସ ଟ୍ରାନ୍ସପୋର୍ଟରେ ନବ ବାବୁଙ୍କ ମନୋପୋଲି ଥିଲା। ନବଙ୍କ ହତ୍ୟା ପରେ ତାଙ୍କ ସପକ୍ଷବାଦୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସପକ୍ଷବାଦୀ ମାଡ଼ କାହିଁକି ଲାଗିଲେ। ଏଏସ୍ଆଇ ଘରେ ଦାମୀ ଗାଡ଼ି କେଉଁଠୁ ଆସିଲା ସନ୍ଦେହ ଉପରେ ସଠିକ ତଦନ୍ତ ହେଲେ ସତ ପଦାକୁ ଆସିବ।
ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ଜାନୁଆରି ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା
ନବ ଦାସ ହତ୍ୟା ମାମଲାରେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର-ନରସିଂହ ମିଶ୍ର
![ନବ ଦାସ ହତ୍ୟା ମାମଲା](https://kalinganews.co.in/wp-content/uploads/2023/03/ନବ-ଦାସ-ହତ୍ୟା-ମାମଲା.jpg)
Share Now: