ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି : ନିମ୍ନମାନର କାମ ଅଭିଯୋଗ

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି

ଭୁବନେଶ୍ୱର: ରାଜଧାନୀର ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି ଭୁଶୁଡ଼ିପଡ଼ିଥିବାର ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଷ୍ଟେଲ ଛାତ୍ରୀ। ପାଚେରି ଭାଙ୍ଗିବା ଘଟଣା ନେଇ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ସେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ପାଚେରି ପାଖରେ ଏଠାରେ ପାଣି ଶୋକିଙ୍ଗ ହେଉଥିଲା। ଏ ନେଇ ବିଏମସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ। ନିର୍ମାଣ ସମୟରେ ପାଚେରୀର ବିମ୍ ନଥିଲା କି ପିଲାର ନଥିଲା। ସଂପୃକ୍ତ ଠିକା କର୍ମଚାରୀଙ୍କୁ ଏନେଇ ପଚରାଯିବ ବୋଲି ସେ କହିଛନ୍ତି।
ଠିକ୍ ସେହିପରି ନିମ୍ନମାନର କାମ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରେଟର। ୨ ମାସ ତଳେ ନିର୍ମାଣ ହୋଇଥିବା ପାଚେରି କିଭଳି ଭୁଶୁଡ଼ିଲା ତାକୁ ନେଇ ଉଠାଇଛନ୍ତି ସେ। ଛାତ୍ରୀମାନେ ଏଠାରେ ବସି ପଢ଼ାପଢ଼ି ମଧ୍ୟ କରନ୍ତି।ଏହି ଦୁର୍ଘଟଣା ପାଇଁ ସଂପୃକ୍ତ ଠିକା କର୍ମଚାରୀ ଦାୟୀ ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

୬୧ତମ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକ ଅନୁଷ୍ଠିତ

Mon Apr 10 , 2023
୫୬୬ ପ୍ରକଳ୍ପ ପାଇଁ ୫୪.୮୧ କୋଟି ଅନୁମୋଦନ ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୧ତମ ବୈଠକ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅଧ୍ୟକ୍ଷ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ୨୦୦ କୋଟିରୁ ୩୨୫ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନେଇ ଅବଗତ କରାଇଥିଲେ।ପରିଷଦର ଅନୁଦାନ ପ୍ରାପ୍ତ […]
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial