ଦିଲ୍ଲୀରେ ହାଇ ଆଲର୍ଟ: ‘ଇଣ୍ଡିଆ ଗେଟ୍‌’କୁ ପଶିପାରେ ବନ୍ୟାଜଳ

ଦିଲ୍ଲୀରେ ହାଇ ଆଲର୍ଟ

ବିପଦ ସଙ୍କେତ ଟପୁଛି ଯମୁନା ନଦୀ

ନୂଆଦିଲ୍ଲୀ: ଯମୁନା ନଦୀର ଜଳସ୍ତର ୨୦୮.୪୮ ମିଟର୍‌କୁ ବୃଦ୍ଧି ପାଇଥିବାରୁ ଦିଲ୍ଲୀର ପ୍ରସିଦ୍ଧ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳ ଜଳର୍ଣ୍ଣବ ହୋଇ ପାରେ ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଦିଲ୍ଲୀର ଲାଲ୍‌ କିଲ୍ଲା ଓ ପୁରୁଣା ସଚିବାଳୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଯମୁନା ନଦୀଠାରୁ ମାତ୍ର ୩/୪ କିଲୋମିଟର୍‌ ଦୂରରେ ଥିବା ‘ଇଣ୍ଡିଆ ଗେଟ୍‌’ ଗେଟ୍‌ରେ ବନ୍ୟାଜଳ ପ୍ରବେଶ କରିବାକୁ ବେଶୀ ସମୟ ନ ଲାଗି ପାରେ। ସୂଚନାଯୋଗ୍ୟ, ୧୯୭୮ ମସିହାରେ ଅର୍ଥାତ୍‌ ୪୫ ବର୍ଷ ତଳେ ଯମୁନା ନଦୀର ଜଳସ୍ତର ୨୦୭.୪୯ ମିଟର୍‌ ବୃଦ୍ଧି ପାଇ ଏଯାବତ୍‌ ସର୍ବୋଚ୍ଚ ରେକର୍ଡ କରିଥିଲା। କିନ୍ତୁ, ଚଳିତ ବର୍ଷ ଉକ୍ତ ରେକର୍ଡ ଭାଙ୍ଗି ବନ୍ୟାଜଳ ଦିଲ୍ଲୀ ସହର ଭିତରକୁ ପ୍ରବେଶ କରି ବିଭିନ୍ନ ପ୍ରାନ୍ତକୁ ଜଳମଗ୍ନ କରିଛି। ଅନେକ ସ୍ଥାନରେ ପାଣି ଜମି ରହି ପରିସ୍ଥିତିକୁ କଦର୍ଯ୍ୟ କରିପକାଇଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର୍‌ ଦୂର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ରିଙ୍ଗ୍‌ ରୋଡ୍‌ରେ ବି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି, କେଜ୍ରିୱାଲ୍‌ଙ୍କ ଦିଲ୍ଲୀ ସେକ୍ରେଟେରିଏଟ୍‌ ହାଉସିଙ୍ଗ୍‌ ଅଫିସ୍‌, ତାଙ୍କ କ୍ୟାବିନେଟ୍‌ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ଜଳସ୍ତର ହ୍ରାସ ପାଇଁ ଉଦ୍ୟମ ଚାଲିଛି ଏବଂ ୨ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରି ‘ଘରେ ରହି କାମ କରିବାକୁ’ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଫ୍ରାନ୍‌ସ୍‌ର ସର୍ବୋଚ୍ଚ ସମ୍ମାନରେ ଭୂଷିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Fri Jul 14 , 2023
ପ୍ୟାରିସ୍‌: ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍‌ସ୍‌ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ […]
ଫ୍ରାନ୍‌ସ୍‌ର ସର୍ବୋଚ୍ଚ ସମ୍ମାନରେ ଭୂଷିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial