କଟକ ବାରବାଟୀରେ ଏଥର ଭଲ ଲଢ଼େଇ ହେବ : ପ୍ରକାଶ ବେହେରା

କଟକ: କଟକ- ବାରବାଟୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ପ୍ରକାଶ ବେହେରା ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ। ଗତ ୨୦ ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି। ବିଭିନ୍ନ ରାଜନୈତିକ ଦାୟିତ୍ୱ ଓ ପଦପଦବୀରେ ଏଠାରେ ଥିଲି। କିନ୍ତୁ ସିଧାସଳଖ ଭାବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ। କଟକରେ ସଂଗଠନ ରହିଛି। ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ମୁଖ୍ୟମନ୍ତ୍ରୀ କଟକ ସମେତ ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ବିକାଶ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ଏହାକୁ ସଫଳ କରିବି। କଟକ ବାରବାଟୀରେ ଏକ ଭଲ ଲଢ଼େଇ ନିଶ୍ଚୟ ହେବ। ଦଳୀୟ ନେତା ଓ କର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକଙ୍କ ଯାହା ଆବଶ୍ୟକତା ରହିଛି, ତାହା ବୁଝି ଠିକ ଫୋରମରେ ପହଞ୍ଚାଇବୁ।

Share Now:

Kalinga News Beuro

Next Post

ଜେମ୍‌ସ ଆଣ୍ଡରସନଙ୍କ ସହ କ୍ରିକେଟ୍‌ ଖେଳିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

Sat Apr 6 , 2024
ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କ୍ରିକେଟ୍ ପ୍ରତି ଭଲପାଇବା ପୂର୍ବରୁ ଆମେ ଜାଣନ୍ତି। ସେ ଅନେକ ସମୟରେ ଏହି ଖେଳ ପ୍ରତି ତାଙ୍କର ଭଲପାଇବା ପ୍ରଦର୍ଶନ କରିଥିଲେ, ଯାହା ଗ୍ରେଟ ବ୍ରିଟେନରେ ଉତ୍ପନ୍ନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେବାକୁ ଲାଗିଲା। ଶୁକ୍ରବାର ଦିନ ଋଷି ସୁନକ ତାଙ୍କ ବ୍ୟାଟିଂ କୌଶଳ ପ୍ରଦର୍ଶନ କରିବାକୁ ଇଂଲଣ୍ଡ ଦଳରେ ଯୋଗଦେବା ପରେ ତାଙ୍କ ଉତ୍ସାହକୁ ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial