୪ ଥରର ବିଧାୟକଙ୍କ ନାହିଁ ପକ୍କା ଘର

୪ ଥରର ବିଧାୟକ ହେଲେ ବି ନାହିଁ ଖଣ୍ଡେ ପକ୍କା ଘର

୫୩ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଯଦି କେହି କେବେ ବିଧାୟକ କି ସାଂସଦ ହୋଇଯାନ୍ତି, ତେବେ ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହି ନଥାଏ, ଏମିତି ଧାରଣା ଜନମାନସରେ ରହିଛି। ଏହି ଭାବନା ପ୍ରାୟ ସମସ୍ତଙ୍କ ମନରେ ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ କଥା କହିବୁ ଯିଏ ୪ ଥର ବିଧାୟକ ହୋଇଥିଲେ ବି ପକ୍କା ଘର ଖଣ୍ଡେ କରିପାରିନାହାଁନ୍ତି। ଏହି ବିଧାୟକ ଜଣକ ହେଉଛନ୍ତି ମେହବୁବ ଆଲାମ। ଯିଏ କି ନିଜର ସଚ୍ଚୋଟତା ଏବଂ ସରଳତା ପାଇଁ ସେ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧ। ଏହାର କାରଣ ହେଉଛି ଯେ ଜଣେ ବିଧାୟକ ହେବା ପରେ ମଧ୍ୟ ନିଜ ପାଇଁ ଏକ ପକ୍କା ଘର ନିର୍ମାଣ କରିପାରିନାହାନ୍ତି। ସୂଚନା ଅନୁଯାୟୀ ମେହବୁବ ଆଲାମଙ୍କ ଘର ବିହାରର କଟିହର ଜିଲ୍ଲାରେ ହୋଇଥିବାବେଳେ ଚଳିତ ନିର୍ବାଚନରେ ଚତୁର୍ଥ ଥର ପାଇଁ ସେ ବଳରାମପୁର ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ବଡ କଥା ହେଉଛି ଏଥରର ବିହାର ବିଧାନସଭା ନିର୍ବାଚନରେ ​​ମେହବୁବ ଆଲାମ ବାହୁବଳୀ ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ଜିତିଛନ୍ତି। ତାଙ୍କ ସାଧୁତା ଆଉ ଜୀବନଶୈଳୀ ସାମ୍ନାରେ ବଡ ବଡ ଦଳର ପ୍ରାଥୀଙ୍କର ଅର୍ଥ ବଳ କାମ ଦେଇପାରିନାହିଁ। ମେହବୁବଙ୍କ ବାବଦରେ କହିବାକୁ ଗଲେ ଚାରିଥର ବିଧାୟକ ଭାବରେ ନିର୍ବାଚିତ ହେବା ପରେ ମଧ୍ୟ ନିଜ ବିଳାସ ପାଇଁ କୌଣସି ପକ୍କା ଘର ନିର୍ମାଣ କରିନାହାନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିଧାୟକଙ୍କ ପାଖରେ କୌଣସି କାର ମଧ୍ୟ ନାହିଁ। ନିଜ ଭୋଟରମାନଙ୍କୁ ଭେଟିବାକୁ ମେହବୁବ ପାଦରେ ଚାଲି ଚାଲି ହିଁ ଯାଇଥାନ୍ତି। ସୂଚନା ଥାଉ କି ଏଥର ବିହାର ନିର୍ବାଚନରେ ​​ଜିତିଥିବା ବିଧାୟକଙ୍କ ମଧ୍ୟରୁ ୮୧ ପ୍ରତିଶତ କୋଟିପତି ହୋଇଥିବାବେଳେ ମେହବୁବ ଆଲାମ ହେଉଛନ୍ତି ଏପରି ଜଣେ ବିଧାୟକ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ରହିଛି। ସୂଚନା ଥାଉ କି ମେହବୁବ ଆଲାମ ଚତୁର୍ଥ ଥର ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ କଟିହର ଜିଲ୍ଲାର ବଳରାମପୁର ବିଧାନସଭା ଆସନରୁ ୫୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏଥର ବିହାର ନିର୍ବାଚନର ଏହା ହେଉଛି ସବୁଠାରୁ ବଡ ବିଜୟ। ବିଶେଷ କଥା ହେଉଛି ମେହବୁବ ଆଲାମଙ୍କ ବୟସ ମାତ୍ର ୪୪ ବର୍ଷ ହୋଇଥିବାବେଳେ ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ। ତଥାପି ବି ଲୋକଙ୍କ ସେବାରେ ମେହବୁବ ନିଜକୁ ସବୁବେଳେ ନିୟୋଜିତ କରି ରଖନ୍ତି।

Share Now:

Kalinga News Beuro

Next Post

ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ: ପୁଲିସର ତଦନ୍ତ ଜାରି

Sun Nov 15 , 2020
ଭୁବନେଶ୍ୱର: ଭୁବନେଶ୍ୱରରୁ ଚୋରି ହୋଇଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ବ୍ରହ୍ମପୁର ବଡ଼ ବଜାର ଥାନା ଇଲାକାରୁ ଠାବ ହୋଇଛି। ପୁଲିସ ବସ୍‌କୁ ଜବତ କରିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ୍‌ ଦାସ(ଓଆର୍‌୦୨ଏଏଚ୍‌ ୯୪୯୧) ନାମକ ଏକ ଯାତ୍ରୀବାହୀ ବସ୍‌ ରହିଛି। ବସ୍‌ଟି ପ୍ରତିଦିନ ରୁଚିକା […]
ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial