ଭୁବନେଶ୍ୱର: ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକମାନଙ୍କୁ ସାମାଜିକ ଦୂରତାର ମହତ୍ୱ ବୁଝିବାକୁ ପଡ଼ିବ। ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ। ପ୍ରତ୍ୟେକ ମଣିଷଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। କରୋନା ଭାଇରସ ଲଢ଼େଇ ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛି ବୋଲି ପୁଲିସ କମିଶନର କହିଛନ୍ତି।
Wed May 27 , 2020
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ସମ୍ପ୍ରତି ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ଶ୍ରୀ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିବା ସୂଚନା ରହିଛି। ଗତକାଲିଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା […]