ଅଯୋଧ୍ୟା: ଉତ୍ତରପ୍ରଦେଶରେ ବର୍ଷା ଜାରି ରହିଛି। ରାମନଗରୀ ଅଯୋଧ୍ୟାରେ ଶନିବାର ଅପରାହ୍ନରେ ବର୍ଷା ଆରମ୍ଭ ହୋଇଛି। ରାତିସାରା ପ୍ରବଳ ବର୍ଷା ଯୋଗୁଁ ସରଜୁ ନଦୀର ଜଳସ୍ତର ବୃଦ୍ଧି ପାଇଚାଲିଛି। ସହରରେ ଆଗାମୀ କିଛିଦିନ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ସ୍ଥିତିରେ ଯଦି ଅଯୋଧ୍ୟାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ରାମ ମନ୍ଦିର ପର୍ଯ୍ୟନ୍ତ ପାଣି ପହଞ୍ଚିବାର ଆଶଙ୍କା କରାଯାଉଛି। କିନ୍ତୁ ଏପରି ହେଲେ ମଧ୍ୟ […]

ଭୁବନେଶ୍ୱର: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାର୍ଚ୍ଚ ୨୦୨୩ ରେ, ଯେତେବେଳେ ଓଏନଜିସି ଇନ୍ଧନ ଉତ୍ପାଦନ ଷ୍ଟୋରେଜ୍ ଏବଂ ଅଫଲୋଡିଂ ଜାହାଜରେ ଏକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇଲେ ସେତେବେଳେ ସେ ନିର୍ଭୟରେ ଲିଡ୍ ଡାଇଭର ଭାବରେ […]

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ପୁଲିସ କହିଛି ଯେ କୁଲଗାମ ଜିଲ୍ଲାରେ ୨ରୁ ୩ ଜଣ ଆତଙ୍କବାଦୀ ଚିହ୍ନଟ ହେବା ପରେ ମଡେରଗାମରେ ସର୍ଚ୍ଚ ଆଣ୍ଡ କର୍ଡନ ଅପରେସନ ପରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଆହତ ହୋଇଥିବା ଜଣେ ସେନା ଯବାନଙ୍କ ଶନିବାର ଡାକ୍ତରଖାନାରେ ଚିକିତ୍ସାଧୀନ […]

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବୃଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା। ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତ […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକଙ୍କୁ ସାପ ମାସକ ଭିତରେ ୫ଥର ଦଂଶନ କରିଥିବା ଜଣାପଡ଼ିଛି। ଏହି ଘଟଣାଟି ଫତେହପୁର ଜିଲ୍ଲାର ମାଲବା ଥାନା ଅଧୀନସ୍ଥ ସୋରା ଗ୍ରାମରେ ଘଟିଛି। ଏଠାରେ ରହୁଥିବା ବିକାଶ ଦୁ‌ବେଙ୍କୁ ମାସକ ଭିତରେ ଗୋଟିଏ ସାପ ୫ଥର ଦଂଶନ କରିଛି। ସୌଭାଗ୍ୟବଶତଃ ବିକାଶ ଦୁବେ ପ୍ରତିଥର ଚିକିତ୍ସାପରେ ସୁସ୍ଥ ହୋଇଯାଇଛନ୍ତି। ଖବର ‌ଲେଖାହେଲା ପର୍ଯ୍ୟନ୍ତ […]

ପାଟନା: ଆମେରିକାରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ ଖେଳ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଭାରତୀୟ ଖେଳାଳି ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିହାରର ବିଜେପି ବିଧାୟକ ଶ୍ରେୟସୀ ସିଂ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ ଶ୍ରେୟାସି ସିଂ ମଧ୍ୟ […]

ରୁଦ୍ରପ୍ରୟାଗ: କେଦାରନାଥଠାରୁ ୪ କିଲୋମିଟର ଉପରେ ଥିବା ବରଫଅଞ୍ଚଳରେ ରବିବାର ଭୋର ସମୟରେ ପ୍ରବଳ ଶବ୍ଦ ସହ ହିମସ୍ଖଳନ ଘଟିଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ କେଦାରନାଥ ଉପତ୍ୟକାର ଉପର ମୁଣ୍ଡରେ ଥିବା ବରଫ ଘେରା ମେରୁ-ସୁମେରୁ ପର୍ବତମାଳା ତଳେ ଚୌରାବାରୀ ଗ୍ଲେସିୟରର ଗାନ୍ଧୀ ସରୋବର ଉପର ମୁଣ୍ଡରେ ସକାଳ ୫ଟା ୬ ମିନିଟ୍ ରେ ହିମସ୍ଖଳନ ଘଟିଥିଲା। ଏହା ଦେଖିଲ ସେଠାରେ ଉପସ୍ଥିତ ଥିବା ଲୋକମାନେ ଆତଙ୍କିତ ହୋଇଯାଇଥିଲେ।ରୁଦ୍ରପ୍ରୟାଗ […]

ନୂଆଦିଲ୍ଲୀ: ୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ ହୋଇଛି। ଏଥର ସରକାର ୯୬ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ରଖିଛନ୍ତି। ଏହା ପୂର୍ବରୁ ୨୦୨୨ରେ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମରେ ସରକାର ୧.୫ ଲକ୍ଷ କୋଟି ଟଙ୍କା ଆୟ କରିଥିଲେ। ଏଥର ମଧ୍ୟ ସ୍ପେକ୍ଟ୍ରମ୍ ନିଲାମରୁ ସରକାର ପ୍ରଚୁର ଆୟ ଆଶା ରଖିଛନ୍ତି। ଏଥର ମଧ୍ୟ ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଏୟାରଟେଲ୍ […]

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାମଲଲ୍ଲା ଥିବା ଗର୍ଭଗୃହରେ ପାଣି ଗଳୁଛି। ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଆଗକୁ ଏହା ବଡ଼ ସମସ୍ୟାଭାବେ ଦେଖାଯାଇପାରେ। ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ସମ୍ପର୍କରେ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ୨୦୨୫ ଜୁଲାଇରେ କାମ ଶେଷ କରିବା […]

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସ୍ଥାନାନ୍ତରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନୂତନ ଆକଳନ ବିଷୟରେ ସେ କହିଛନ୍ତି ଯେ ୨୦୧୧ରେ ୧ ଲକ୍ଷ ୨୩ ହଜାର ଲୋକ ଦେଶର ନାଗରିକତ୍ୱ ଛାଡିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି, “ଗତ ତିନି ବର୍ଷ ମଧ୍ୟରେ ୧୭୦୦୦ ରୁ ଅଧିକ କୋଟିପତି ଭାରତ ଛାଡିଛନ୍ତି। ଏହି ଲୋକଙ୍କ […]

Social media & sharing icons powered by UltimatelySocial