ଧନୀ ଭାରତୀୟ ଦେଶ ଛାଡିବା ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସ୍ଥାନାନ୍ତରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନୂତନ ଆକଳନ ବିଷୟରେ ସେ କହିଛନ୍ତି ଯେ ୨୦୧୧ରେ ୧ ଲକ୍ଷ ୨୩ ହଜାର ଲୋକ ଦେଶର ନାଗରିକତ୍ୱ ଛାଡିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି, “ଗତ ତିନି ବର୍ଷ ମଧ୍ୟରେ ୧୭୦୦୦ ରୁ ଅଧିକ କୋଟିପତି ଭାରତ ଛାଡିଛନ୍ତି। ଏହି ଲୋକଙ୍କ ମୋଟ ସମ୍ପତ୍ତି ଏକ ମିଲିୟନ ଡଲାରରୁ ଅଧିକ। ଜୟରାମ କହିଛନ୍ତି ଯେ ଟିକସ ନୀତି ତଥା ମନଇଚ୍ଛା ଟିକସ ହେତୁ କର୍ପୋରେଟ ଜଗତର ଧନୀ ବ୍ୟକ୍ତିମାନେ ଗତ ୧୦ ବର୍ଷ ମଧ୍ୟରେ ଭୟ ଏବଂ ବିପଦର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଭାରତର ବଡ ବ୍ୟବସାୟିକ ବ୍ୟକ୍ତିତ୍ୱ ଦେଶ ଛାଡି ସିଙ୍ଗାପୁର, ୟୁଏଇ, ବ୍ରିଟେନ ଯାଉଛନ୍ତି ଏବଂ “ଅନ୍ୟ ସ୍ଥାନକୁ ଏହିପରି ସ୍ଥାନାନ୍ତରଣ ହେବା ଚିନ୍ତାର ବିଷୟ।
ଉଲ୍ଲେଖ ଥାଉ କି ଚଳିତ ବର୍ଷ ୪୩୦୦ ଧନୀ ଲୋକ ଭାରତ ଛାଡ଼ିବେ ବୋଲି ହେଲ୍‌ନି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୪ରେ ଆକଳନ କରାଯାଇଛି। ୨୦୨୩ରେ ଏହାଠାରୁ ଅଧିକ ୫୧୦୦ ଧନୀ ଲୋକ ଦେଶ ଛାଡ଼ିଥିଲେ। ଭାରତ ହେଉଛି ବିଶ୍ୱaaର ଅନ୍ୟତମ ପ୍ରମୁଖ ଦେଶ ଯେଉଁଠାରୁ ବହୁ ସଂଖ୍ୟାରେ ଧନୀ ‌ଲୋକ ପ୍ରତିବର୍ଷ ବିଦେଶରେ ବସବାସ କରିବା ଲାଗି ପଳାୟନ କରୁଛନ୍ତି। ଭୂରାଜନୈତିକ ସଙ୍କଟ, ଅର୍ଥନୈତିକ ଅନିଶ୍ଚିତତା ଓ ସାମାଜିକ କାରଣ ଲାଗି ଧନୀ ଲୋକମାନେ ଦେଶ ଛାଡ଼ୁଥିବା ରିପୋର୍ଟରେ କୁହାଯାଇଛି। ଭାରତରୁ ଯାଉଥିବା ଅଧିକାଂଶ ଧନୀ ଲୋକ ବସବାସ କରିବା ଲାଗି ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ)କୁ ପସନ୍ଦର ସ୍ଥାନ ଭା‌ବେ ଚୟନ କରୁଛନ୍ତି। ଶୂନ ଆୟକର ନୀତି, ଗୋଲ୍‌ଡେନ୍ ଭିସା, ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଲୋକମାନେ ସେହି ଦେଶରେ ରହିବାକୁ ପସନ୍ଦ କରୁଛନ୍ତି।

Share Now:

Kalinga News Beuro

Next Post

ବିନା ଅନୁମତିରେ ଅନୁପସ୍ଥିତି : ସହକାରୀ ଶିକ୍ଷକ ଓ ପିଅନଙ୍କ ଦରମା ବନ୍ଦ

Fri Jun 21 , 2024
ସୁନ୍ଦରଗଡ଼: ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକ, କର୍ମଚାରୀ ଏଣିକି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏନେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଶୁକ୍ରବାର ଅଧିକାରୀ ଶ୍ରୀ ପଧାନ ସବଡେଗା ବ୍ଲକ୍ ସାନପତ୍ରାପାଲି ଏମଏମ ହାଇସ୍କୁଲ ପରିଦର୍ଶନରେ ଯାଇଥିବାବେଳେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ଦେ ଓ ପିଅନ ସ୍ୱର୍ଣ୍ଣ ଗନିଅର ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଜାଣିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial