ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗର ସୂଚନା ମୁତାବକ ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି।ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ଅପରାହ୍ନ ୨ଟା ୩୦ ସମୟରେ ମଙ୍ଗେଶପୁରରେ ୫୨ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ବାସ୍ତବରେ ଗତକାଲି ମଧ୍ୟ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ଗତକାଲି ଦିଲ୍ଲୀର ତାପମାତ୍ରା ୫୦ […]

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର ଆସିଛି। ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳରେ ପହଞ୍ଚିବ। ଫଳରେ ଦେଶରେ ଜାରି ରହିଥିବା ଅସହ୍ୟ ତାତି ଲହରରୁ ମୁକ୍ତି ମିଳିବ। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତାପମାତ୍ରା ୪୮ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ମଧ୍ୟାହ୍ନ ୧୨ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ନ କରିବାକୁ […]

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସାରା ଦେଶରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ। ମୌସୁମୀକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ଖୁସି ଖବର ଦେଇଛି। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି। ଆଇଏମଡି କହିଛି ଯେ ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ପାଣିପାଗ ବିଭାଗର ଏହି ଘୋଷଣା ଦେଶରେ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଅର୍ଥନୀତି ପାଇଁ […]

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରବିବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ବିହାରରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ ଜୋରସୋରରେ ପ୍ରଚାର କରିଥିଲେ। ଏହି ସମୟରେ ଓୱେସି ବିହାରର ପାଲିଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯେତେବେଳେ ମୋଦୀ ଜି ୨୦୧୪ ରେ ଆସିଥିଲେ ସେତେବେଳେ ସେ ଭଲ ଦିନ ଆଣିବେ ବୋଲି କହିଥିଲେ। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଆସିବ ଏବଂ ପ୍ରତିବର୍ଷ […]

ରାୟପୁର: ଛତିଶଗଡର ବେମତରା ଜିଲ୍ଲାର ଏକ ବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। କେତେକ ଲୋକ ଧ୍ବଂସ ହୋଇଥିବା କୋଠାତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣ ବର୍ଲା ବ୍ଲକର ବୋରସି ଅଞ୍ଚଳରେ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ସମୟରେ ଏହି ଅଞ୍ଚଳରେ ଲୋକଙ୍କ ଭିଡ଼ […]

୮ ନକ୍ସଲ ମୃତ, ଏକେ-୪୭ ସହ ବିପୁଳ ମାଓ ସାମଗ୍ରୀ ଜବତ ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାର ଆବୁଝମାଡ ଜଙ୍ଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଗତକାଲି ୭ ଜଣ ନକ୍ସଲଙ୍କ ମୃତଦେହ ଧରି ଫେରୁଥିବା ବେଳେ ପୁଣି ନକ୍ସଲ ସହ ଗୁଳିବିନିମୟ ଘଟିବାରୁ ଆଉ ଜଣେ ନକ୍ସଲ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି […]

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ରାଜ୍ୟରେ ସରପଞ୍ଚ ହତ୍ୟା ମାମଲାରେ ପାକିସ୍ତାନରୁ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। କୁଲଗାମର ବାସିନ୍ଦା ସିରାଜ ଜମାନ କାଶ୍ମୀରର ଏନସି ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି। ଜମାନ ମଧ୍ୟ ବିଜେପିର […]

କୋଲକାତା : କୋଲକାତା ହାଇକୋର୍ଟ ବୁଧବାର ୨୦୧୦ ପରେ ପଶ୍ଚିମବଙ୍ଗରେ ଜାରି କରାଯାଇଥିବା ସମସ୍ତ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରି ଦେଇଛନ୍ତି। କୋଲକାତା ହାଇକୋର୍ଟର ବିଚାରପତି ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଖଣ୍ଡପୀଠ ଏକ ଆବେଦନ ଶୁଣାଣି କରିବା ବୁଧବାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାକୁ ନେଇ ୨୦୧୨ରେ ଏକ ଆବେଦନରେ ପ୍ରଶ୍ନ କରାଯାଇଥିଲା। ଏହି ଆବେଦନର ଆଜି ଶୁଣାଣି କରି […]

ଆନ୍ଧ୍ରରୁ କାମ୍ବୋଡିଆ ପର୍ଯ୍ୟନ୍ତ ଲମ୍ବିଛି ମାନବ ତସ୍କର ରାକେଟ୍ ବିଶାଖାପାଟଣା : କାମ୍ବୋଡିଆରେ ଏକ ଭାରତୀୟ ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି। ଆନ୍ଧ୍ରପ୍ରଦେଶ ପୁଲିସ ମଙ୍ଗଳବାର କହିଛି ଯେ ଗତ ମେ ୨୦ ରେ କାମ୍ବୋଡିଆରେ ପ୍ରାୟ ୩୦୦ ଭାରତୀୟ ସେମାନଙ୍କ ହେଣ୍ଡଲରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହା ପରେ କାମ୍ବୋଡିରେ ସେମାନଙ୍କୁ ଗିରଫ କରାଯାଇଛି। ଏହା ପରେ ସେମାନଙ୍କ ମଧ୍ୟରୁ କେତେକ ଆନ୍ଧ୍ରପୁଲିସକୁ ଏ ସମ୍ପର୍କରେ ସୂଚୀତ […]

Social media & sharing icons powered by UltimatelySocial