ମୋଦୀଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ

ମନ୍ତ୍ରୀଙ୍କୁ ମିଳିଲା ମନ୍ତ୍ରଣାଳୟ, ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ ଘୋଷଣା

ନୂଆଦିଲ୍ଲୀ: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ସହିତ ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ନୀତିନ ଗଡକରୀଙ୍କୁ ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି ଯାହା ସେ ଗତଥର ମଧ୍ୟ ପାଇଥିଲେ। ଅଜୟ ତାମତା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ମନ୍ତ୍ରୀ କରାଯାଇଛି। ସେହିପରି ରାଜନାଥ ସିଂଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ଅମିତଶାହଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ,ଏସ.ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି। ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହର ବିକାଶ ଏବଂଗୃହ ନିର୍ମାଣ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି।
ମୌଳିକ ସୁବିଧା ସହିତ ଘର ନିର୍ମାଣ ପାଇଁ ଯୋଗ୍ୟ ସହରାଞ୍ଚଚଳ ଏବଂ ଗ୍ରାମୀଣ ପରିବାରମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହା ୨୦୧୫-୧୬ବର୍ଷରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିଲା। ଏହି ଯୋଜନା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଯୋଗ୍ୟ ଗରିବ ପରିବାର ପାଇଁ ୪.୨୧ କୋଟି ଘର ନିର୍ମାଣ କରାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଏହାକୁ ଆଗକୁ ନେବାକୁ ନିଷ୍ପତ୍ତି ନିଆଯାଇଛି। ମୋଦୀଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି ଯୋଗୁ ବୃଦ୍ଧି ପାଇଥିବା ଗୃହ ଆବଶ୍ୟକତାକୁ ପୂରଣ କରିବା ପାଇଁ ତିନି କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ପରିବାରଙ୍କୁ ଘର ନିର୍ମାଣରେ ସହାୟତା ପ୍ରଦାନ କରାଯିବ। ଏହି ସମସ୍ତ ଘରଗୁଡ଼ିକ ଏଲପିଜି, ବିଦ୍ୟୁତ୍ ଏବଂ ଜଳ ସଂଯୋଗ ଭଳି ଅତ୍ୟାବଶ୍ୟକ ସୁବିଧା ସହିତ ସଜ୍ଜିତ ହେବ।

Share Now:

Kalinga News Beuro

Next Post

ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ : ଅମର ଶତପଥୀ

Mon Jun 10 , 2024
ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ। ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ। କ୍ଷମତାରେ ରହି ରାଜନୀତି କରିବା ଓ ବିରୋଧୀ ଦଳରେ ରହିବା ମଧ୍ୟରେ ବହୁତ ଫରକ ଥାଏ। ତେଣୁ ଦଳ ବିରୋଧୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial