କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଡୋଭାଲ ଓ ଶାହାଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଓ ପୁଲିସ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅପଡେଟ୍ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏନଏସଏ ଅଜିତ ଡୋଭାଲ ଏବଂ ଅନ୍ୟ ଅଧିକାରୀଙ୍କ ସହ ଜମ୍ମୁ ଓ କଶ୍ମୀରର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ଆତଙ୍କବାଦ ବିରୋଧରେ ଚାଲିଥିବା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସୂଚନା ଅନୁଯାୟୀ, ଆତଙ୍କବାଦ ବିରୋଧୀ ସମ୍ପୂର୍ଣ୍ଣ କ୍ଷମତା ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କୁ କହିଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀର ସ୍ଥିତିକୁ ନେଇ ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସୁରକ୍ଷା ବାହିନୀ ମୁତୟନ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଜମ୍ମୁ-କଶ୍ମୀରର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉଥିବା ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

Share Now:

Kalinga News Beuro

Next Post

ଏକାଧିକ କାର-ବାଇକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌ : ୫ ଜଣ ଆହତ

Thu Jun 13 , 2024
ଟ୍ରକ୍‌ ଚାଳକଙ୍କୁ ନିର୍ଦ୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଅଧୀନ ମଞ୍ଚେଶ୍ୱର ଥାନା ନିକଟରେ ଆଜି ଅପରାହ୍‌ଣରେ ସିରିଜ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣୀ ଛକରେ ୨ଟି କାର୍‌ ଓ ୨ଟି ବାଇକ୍‌କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial