କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ମୋଦୀ ଆଜି ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ମୋଦୀ ତାଙ୍କ ଭାଷଣରେ ପ୍ରଥମରେ କହିଥିଲେ ଯେ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନ ସ୍ଥିତି ଉପରେ ନଜର ରଖିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ମୋଦୀ ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା […]

ଶଙ୍ଖ ନିରବ, ପାଖୁଡ଼ା ମେଲିପାରୁନି ପଦ୍ମ ଓ ପୁରୁଣା ଗଡ଼ ଉପରେ ହାତର ପତିଆରା ବ୍ରହ୍ମପୁର : ୨୦୧୯ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ବିତିବାକୁ ଯାଉଛି। ୨୦୨୨ ପଞ୍ଚାୟତ ନିର୍ବାଚନ ତାତି ଆରମ୍ଭ ହୋଇଯାଇଛି। ଏମିତିରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ କଂଗ୍ରେସ ଯେଉଁ ହାଇପ୍ରୋଫାଇଲ୍‌ ଢଙ୍ଗରେ ପାଳିଲା ତା’ପରେ ଗଞ୍ଜାମ ରାଜନୀତି ପାଣିପାଗରେ ଏବେ ଏକ ରୋଚକ ସ୍ଥିତି ଉପୁଜିଛି। ସତ୍ତା ହରାଇଥିବା କଂଗ୍ରେସ ତୃଣମୂଳସ୍ତରରୁ ସଂଗଠନକୁ […]

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ପକ୍ଷରୁ ହାଓଡାରେ ଆଜି ଏକ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ରାଲିରେ ଶାହା କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗଙ୍କୁ ଆଗକୁ ନେବା ବଦଳରେ ପଛକୁ ନେଇଯାଇଛନ୍ତି। ଶାହା ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗରେ ଯଦି ବିଜେପି ସରକାର ଗଠନ କରିବ ତେବେ କ୍ୟାବିନେଟର ପ୍ରଥମ […]

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୪ ତାରିଖର କଳାହାଣ୍ଡି ଗସ୍ତ ଜିଲ୍ଲା ବିଜେପିରେ ଥିବା ଫାଟକୁ ଚଉଡ଼ା କରିଛି। ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍‌ ଅନୁଭବ କରି ହେଉଛି। ଆଗାମୀ ଦିନରେ ଏହି ଶୀତଳ ଯୁଦ୍ଧର ପରିଣତି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ […]

ବିଜେପିକୁ ଟାର୍ଗେଟ୍ କଲେ ପିସିସି ସଭାପତି ଭୁବନେଶ୍ବର/ କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ମାଧପୁରର ସଂଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖିବା ସହ ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି। ଏଣେ ଏହି ଘଟଣାରେ […]

ରାଜଧାନୀରେ ମାଗଣାରେ ଖାଦ୍ୟ ଦେବ ଅନ୍ନପୂର୍ଣ୍ଣା ଭୁବନେଶ୍ବର: ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଯିବ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଟ୍ରଷ୍ଟକୁ ଲୋକାର୍ପିତ କରିଛନ୍ତି। ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଏବେ ଭୁବନେଶ୍ବରରେ ଟ୍ରଷ୍ଟ କାମ କରିବାକୁ ଥିବା ବେଳେ ଆଗାମୀ ଦିନରେ ଏହା ସାରା […]

ନୂଆଦିଲ୍ଲୀ: ଭାରତ ବା‌ୟୋଟେକ୍‌ର ‘କୋଭାକ୍ସିନ୍‌’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ (ଭାରତର ଭେଷଜ ମହାନିୟନ୍ତ୍ରକ) ମଞ୍ଜୁର କରିଛନ୍ତି। କୋଭାକ୍ସିନର୍‌ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିବା ପୂର୍ବରୁ ଡିସିଜିଆଇ ଏହାକୁ ଅନୁମତି ଦେଇଥିବାରୁ ଅନେକ କଂଗ୍ରେସ ନେତା ଏନେଇ ପ୍ରଶ୍ନ ଉଠାଇଛନ୍ତି। ବିହାର କଂଗ୍ରେସ ନେତା ଏବଂ ବିଧାୟକ ଅଜିତ ଶର୍ମା ଗତକାଲି ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା […]

ନୂଆଦିଲ୍ଲୀ: ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି। ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି। ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ରାଜ୍ୟବ୍ୟାପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ […]

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନ ପୂର୍ବରୁ ଏବେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତଥର ୪୯ଟି ଆସନ ଜିତିଥିବା ବିଜେଡିରେ ଏବେ ସବୁଠୁ ଅଧିକ ଆଶାୟୀ। କେବଳ ଏହି ୪୯ ନୁହେଁ, ଦଳରେ ମିଶିଥିବା ୧୨ଜଣ ସ୍ବାଧୀନ ପ୍ରାର୍ଥୀ, ୨ଜଣ କଂଗ୍ରେସ ଓ ୨ଜଣ ବିଜେପି ପ୍ରାର୍ଥୀ ବି ଏଥର ବିଜେଡିରୁ ଟିକେଟ୍ ନେବାକୁ ଆଶାୟୀ। ଏମାନଙ୍କ ବାଦ୍‌ ବିଜେଡି ଟିକେଟ୍ ପାଇ ହାରିଥିବା, ବିଜେଡି ବିଧାୟକଙ୍କ ନିକଟତର ହୋଇଥିବା […]

ନୂଆଦିଲ୍ଲୀ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି। ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଁଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି। ଗତ […]

Social media & sharing icons powered by UltimatelySocial