ନ୍ୟୁୟର୍କ : ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା […]

ପୁରୁଣା ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ପରି ଏକାମ୍ରକ୍ଷେତ୍ରକୁ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ। ଶ୍ରୀଲିଙ୍ଗରାଜ ମନ୍ଦିର ବୁଲିବା ସହ ସହସ୍ରଲିଙ୍ଗ, ଦେବୀ ପାଦହରା, ବିନ୍ଦୁସାଗର, ମୁକ୍ତେଶ୍ୱର ସମେତ ବହୁ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ବୁଲିଥାନ୍ତି। ତେବେ ପୁରୀ ପରି ଏକାମ୍ରକ୍ଷେତ୍ର ଭିକାରିମୁକ୍ତ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ପୁରୀ ସହ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ରାଜଧାନୀ […]

ହୋଇପାରିଲାନି ବିଜୁ ଜୟନ୍ତୀ ପ୍ରସ୍ତୁତି ବୈଠକ, ଜିଲ୍ଲା ସଭାପତି, ମେୟର ପଦବିକୁ ନେଇ କୁହୁଳୁଛି ଅସନ୍ତୋଷ ଭୁବନେଶ୍ୱର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ଏକ ଅଭାବନୀୟ ଘଟଣା ଘଟିଛି। ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନା ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏପରି କଥା କଟାକଟି ହୋଇଥିଲା ଯେ ବୈଠକ […]

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି ୧୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଓ ଅଷ୍ଟମ ଥର ରାଜ୍ୟ ବିଜେଡି ସଭାପତି ଭାବେ ଦାୟିତ୍ବ ନେବା ପରେ ନବୀନ ପଟ୍ଟନାୟକଙ୍କ ଏହା ଥିଲା ପ୍ରଥମ ସୁନ୍ଦରଗଡ଼ ଗସ୍ତ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୧୫ରେ ସୁନ୍ଦରଗଡ଼ ଷ୍ଟାଡ଼ିୟମଠାରେ ପହଞ୍ଚିଥିଲେ। ବିିଜେଡି ପର୍ଯ୍ୟବେକ୍ଷକ ତଥା […]

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସିଏଏ ନାଗରିକତା ନେବାର ନୁହେଁ, ବରଂ ନାଗରିକତା ଦେବାର ଆଇନ୍‌। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ବି‌ଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ […]

ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ତାଙ୍କୁ ରାଜ୍ୟବ୍ୟାପୀ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡ ଲାଗି ଶାହାଙ୍କୁ ଦାୟୀ କରି ତାଙ୍କର ଓଡିଶା ଗସ୍ତକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ରାଜ୍ୟର ବିଭିନ୍ନ ସ୍ଥାନରେ ‘‌ଗୋ ବ୍ୟାକ୍ ଶାହା’ ପୋଷ୍ଟର ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା […]

ବାରାଣସୀ: ଅଧିକ ଲଗେଜ୍‌ ଆଣିଥିବା କାରଣରୁ ମରିସସ୍‌ର ରାଷ୍ଟ୍ରପତି ପୃଥ୍ଵୀରାଜସିଂହ ରୂପନଙ୍କୁ ଶୁକ୍ରବାର ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକା ଯାଇଥିଲା। ସେ ବାରାଣସୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନ ବନ୍ଦରର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ତାଙ୍କୁ ଛଡ଼ାଯାଇଥିଲା। ଛଅଜଣିଆ ପ୍ରତିନିଧି ଦଳ ସହ ମରିସସ୍‌ର ରାଷ୍ଟ୍ରପତି ଗୁରୁବାର ଦିନ ଦୁଇଦିନିଆ ଗସ୍ତରେ ମନ୍ଦିର ନଗରୀ ବାରାଣସୀ ଆସିଥିଲେ। […]

ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛି। ୧୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି। ପବନ ଗୁପ୍ତାର ଓକିଲ ଏପି ସିଂହ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ରାଏଲ୍‌ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ […]

ଥାଣେ/ ମୁମ୍ବାଇ: ମହାରାଷ୍ଟ୍ର ବିଜେପିର ଜନୈକ ପୂର୍ବତନ ବିଧାୟକ ତାଙ୍କ ନିଜ ଦଳର ଜନୈକା ମହିଳା କର୍ପୋରେଟରଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ଏବେ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସଂପର୍କରେ ପୀଡ଼ିତା କର୍ପୋରେଟର ଥାଣେ ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ଏବେ ସଂପୃକ୍ତ ବିଧାୟକ ଓ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ବିରୋଧରେ ବିଧିବଦ୍ଧ ଭାବେ ଏକ […]

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ମାଗିଥିବା ଜଣାଯାଇଛି। ଏହି ଅବସରରେ ଶ୍ରୀଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ […]

Social media & sharing icons powered by UltimatelySocial