ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ଅପରାହ୍ନ ସାଢ ଗୋଟାଏ ବେଳେ ଜଣେ ମା’ ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ସଂପୃକ୍ତ ମହିଳା ଜଣକ ନିକଟରେ ଥିବା ଦୁଧହଂସା ଗାଁର ବୋଲି ଜଣାପଡ଼ିଛି। ଜିଆରପି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର […]

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ମୟୁରଭଞ୍ଜ ରହିଛି। ସେହିପରି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,କନ୍ଧମାଳ,ବୌଦ୍ଧ,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା […]

ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ […]

ଆଠଗଡ଼: ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ ହୋଇଛି। ପୁଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ ହୋଇଥିବା ଅଭିଯୋଗ ଆସିଛି। ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ବିପୁଳ ପରିମାଣର ଦେଶୀ ମଦ ପୋଚ ମଧ୍ୟ ଜବତ ହୋଇଛି। ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ […]

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି। ସଂକ୍ରମଣ ନିମ୍ନଗାମୀ ହେଲାଣି। ଟେଷ୍ଟ ପଜିଟିଭ ରେଟ କମିଛି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ସଂକ୍ରମଣ ଧୀରେ ଧୀରେ କମିବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ ଆହୁରି ବି କହିଛନ୍ତି ଯେ ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ। ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ […]

କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ […]

୩ ମାସରେ ରିପୋର୍ଟ ଦେବ ଗୁଇନ୍ଦା ବିଭାଗ ୱାସିଂଟନ : କରୋନା ମହମାରୀରେ ସମଗ୍ର ବିଶ୍ବ ଛଟପଟ ହେଉଛି। ୨୦୧୯ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସହରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏହାପରେ ସମଗ୍ର ବିଶ୍ବକୁ ବନାଗ୍ନି ଭଳି ବ୍ୟାପିଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ପ୍ରାୟ ୩୫ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। […]

କେନ୍ଦୁଝର-କୋଲକାତା ଯୋଗାଯୋଗ ବିଚ୍ଛିନ୍ନ କେନ୍ଦୁଝର/ଯାଜପୁର : ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ୨ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜରେ କଣ୍ଟା, […]

ନୂଆଦିଲ୍ଲୀ : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ‘ୟାସ୍’ର ତାଣ୍ଡବ ଯୋଗୁଁ ହୋଇଥିବା କ୍ଷତିର ଆକାଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ପ୍ରଭାବିତ ଦୁଇ ରାଜ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶ ମାର୍ଗରେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ବୁଲି ଦେଖିବେ। ତାଙ୍କ ସହିତ ଆସିବେ […]

୨ ଲକ୍ଷ ଉପରେ ସଂକ୍ରମଣ ଜାରି, ମୃତ୍ୟୁ ବି ୪ ହଜାର ପାଖରେ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଲାଗୁ ହୋଇଥିବା କୋଭିଡ୍‌-୧୯ କଟକଣାକୁ ଆଗାମୀ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ପୂର୍ବରୁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ଗତ ସୋମବାର ଯାଏ […]

Social media & sharing icons powered by UltimatelySocial