ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

ଶାନ୍ତିରାଜ ଖୋସଲା ଆଉ ନାହାନ୍ତି

କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ ମ୍ୟୁଜିକ୍ ଆରେଞ୍ଜର, ଗୀଟାର ବାଦକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ। ସେ ‘ ତୋ’ ବିନା ମୋ କାହାଣୀ ଅଧା’, ‘ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, ‘ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, ଏସିପି ରଣବୀର, ଡନ୍ ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ‘ଅଲାର୍’ ଶୀର୍ଷକ ଏକ ସମ୍ବଲପୁରୀ ସିନେମାରେ ବି ସ୍ବର ସଂଯୋଜନା କରିଥିଲେ। ତାଙ୍କ ସ୍ବରାରୋପିତ ଜାଇଫୁଲରେ…, ‘ଡେଉଁଛି ମୋ’ ବାଆଁ ଆଖି… ଭଳି ଆଲବମ୍ ଗୀତ ଏବଂ ହେ ବନ୍ଧୁ ବିଦାୟ… ଭଳି ବହୁ ଭଜନ ଶ୍ରୋତାଙ୍କୁ ପାଖରେ ଶାନ୍ତିରାଜଙ୍କୁ ଚିରଦିନ ଅମର ରଖିବ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ରାଜ୍ୟରେ କମୁଛି କରୋନା ସଂକ୍ରମଣ: କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ

Sat May 29 , 2021
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି। ସଂକ୍ରମଣ ନିମ୍ନଗାମୀ ହେଲାଣି। ଟେଷ୍ଟ ପଜିଟିଭ ରେଟ କମିଛି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ସଂକ୍ରମଣ ଧୀରେ ଧୀରେ କମିବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ ଆହୁରି ବି କହିଛନ୍ତି ଯେ ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ। ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ […]
ରାଜ୍ୟରେ କମିଲା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial