ବିଶ୍ୱ ଶ୍ରୀମତୀ ସୁନ୍ଦରୀ ସାଜିଲେ ଓଡ଼ିଆ ଝିଅ ଅମିତା ପଣ୍ଡା

ଭୁବନେଶ୍ୱର: ବିଶ୍ୱଦରବାରରେ ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ । ଚୀନରେ ଚମକିଲେ ଓଡିଆ ଝିଅ ଅମିତା ପଣ୍ଡା । ଚୀନରେ ଆୟୋଜିିତ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତା ପଣ୍ଡାଙ୍କୁ ମିଳିଛି ମିସେସ ୟୁନିର୍ଭସ କ୍ରାଉନ । ବିଦେଶରେ ସଫଳତା ପାଇବା ପରେ ଏବେ ଘରକୁ ଫେରିଛନ୍ତି ଅମିତା ପଣ୍ଡା । ସଫଳତାର ନୂଆ ନାଁ ଅମିତା ପଣ୍ଡା । ଭୁବନେଶ୍ୱର ଝିଅ ରାଜ୍ୟ ପାଇଁ ଆଣିଲେ ନୂଆ ଗୌରବ । ୯୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏବେ ଏହି ସୁନ୍ଦରୀ ମିସେସ ୟୁନିର୍ଭସ ହୋଇପାରିଛନ୍ତି । ଅର୍ନ୍ତଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅମିତା ବର୍ଷକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦିଲ୍ଲୀ ମିସେସ ସେଣ୍ଟ୍ରାଲ ପ୍ୟାସିଫିକ୍ ଏସିଆ ୨୦୧୮ ବିଜୟିନୀ ହେବା ପରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏବେ ବିଶ୍ୱ ଦରବାରରେ ନିଜ ପାଇଁ ନୂଆ ସଫଳତା, ପରିଚୟ ବନାଇପାରିଛନ୍ତି । ତେବେ ପ୍ରଥମ ଥର ପାଇଁ ନିଜ ପ୍ରତିଭାକୁ ସେ ପ୍ରମାଣ କରିନାହାନ୍ତି । ପୂର୍ବରୁ ଅମିତା ମିସେସ ସେଂଟ୍ରାଲ ପ୍ୟାସିଫିକ୍ ଏସିଆ ୨୦୧୮ ବିଜୟନୀ ହୋଇସାରିଛନ୍ତି । ଏଥିସହ ମିସେସ ଇଣ୍ଡିଆ ଗାଲାକ୍ସି ଓ ସୋସିଆଲ ଆଇକନ ୨୦୧୮ ମଧ୍ୟରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ଓ ସୁନ୍ଦରୀ ମୁକୁଟ ନିଜ ନାଁରେ କରିସାରିଛନ୍ତି । ଛୋଟବେଳୁ ନାୟିକା ହେବା ପାଇଁ ସ୍ୱପ୍ନ ଦେଖିବା ସହ ଫ୍ୟାଶନ, ମଡେଲିଂ ଦୁନିଆରେ କିଛି କରି ଦେଖାଇବା ପାଇଁ ସେ ଇଚ୍ଛା ରଖିଥିଲେ । ଗ୍ଲାମରଲେନ ପ୍ରତି ଦୁର୍ବଳତା ଥିବା ସତ୍ତ୍ୱେ ପାଠପଢାରେ ହେଳା କରିନଥିଲେ । ଜଣେ ସପ୍ଟୱେୟାର ଇଞ୍ଜିନିୟର ଭାବେ ଏବେ ସେ ଏକ ଘରୋଇ କମ୍ପାନୀର କାର୍ଯ୍ୟରତ । ଫିଟ ଆଣ୍ଡ ଫାଇନ ରହିବା ପାଇଁ ଅମିତା ରିିତିମତ ୱାର୍କଆଉଟ କରିବା ସହ ବାଲାନ୍ସ ଡାଏଟ କରିଥାନ୍ତି । ଅମିତା କହିଛନ୍ତି ଯେ ଯଦି ଆପଣଙ୍କ ଲକ୍ଷ୍ୟ ଉପରେ ଆପଣଙ୍କ ଦୃଢ ନଜର ଯଦି ରହିଛି ତେବେ ସଫଳତା ନିଶ୍ଚିତ ମିଳିବ । ଏହି ସବୁ ସଫଳତା ପାଇଁ ସେ ନିଜ ସ୍ୱାମୀ ଡାକ୍ତର ପ୍ରଭଞ୍ଜନ ମହାପାତ୍ର ଏବଂ ପୁରା ପରିବାରକୁ ଶ୍ରେୟ ଦିଅନ୍ତି । ଏମାନଙ୍କ ସହଯୋଗ, ସମର୍ଥନ ବିନା ଏସବୁ ସଫଳତା ପାଇବା ଏକପ୍ରକାର ଅସମ୍ଭବ ଥିଲା ବୋଲି ଅମିତା ପଣ୍ଡା କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ଲୋକମାନ୍ୟ ତିଳକ ଏକ୍ସ୍‌ପ୍ରେସ୍‌ ଲାଇନ୍‌ଚ୍ୟୁତ: ଗୁରୁତର ୧୪ ଯାତ୍ରୀଙ୍କ ପରିଚୟ ମିଳିଛି, ଅଧିକାଂଶ ଓଡ଼ିଆ

Thu Jan 16 , 2020
କଟକ: ଗୁରୁବାର ସକାଳ ପ୍ରାୟ ୬.୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍‌ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସେ୍‌ପ୍ରସ୍‌ (ଟ୍ରେନ୍‌ ନମ୍ବର ୧୨୮୭୦) ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ପାଖାପାଖି ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୪ ଯାତ୍ରୀଙ୍କ ପରିଚୟ ମିଳିଛି। କଟକ ବଡ଼ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଟାଙ୍ଗୀ ଡାକ୍ତରଖାନାରେ ୯ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial