ମେକଅପ୍ ଆର୍ଟିଷ୍ଟ ସୁରା ଖାନଙ୍କୁ ଦ୍ଵିତୀୟ ବିବାହ କଲେ ଅରବାଜ ଖାନ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ଏବଂ ମେକଅପ୍ ଆର୍ଟିଷ୍ଟ ସୁରା ଖାନ ଶେଷରେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ସେମାନେ ଏବେ ହନିମୁନ୍‌ରେ ବାହାରି ଯାଇଛନ୍ତି। ଅରବାଜ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ହନିମୁନ୍‌ରେ ଯାଉଥିବା ବେଳେ ଫଟୋଗ୍ରାଫର୍‌ଙ୍କୁ ଦେଖି ନିଜ ଚେହେରା ଲୁଚାଇଛନ୍ତି ସୁରା। ୫୬ ବର୍ଷୀୟ ଅରବାଜ ନିଜର ଦ୍ଵିତୀୟ ବିବାହରେ ବେଶ୍‌ ଖୁସି ଅଛନ୍ତି। ତାଙ୍କ ବାହାଘର ଡିସେମ୍ବର ୨୪ ତାରିଖରେ ମେକଅପ୍ ଆର୍ଟିଷ୍ଟ ସୁରାଙ୍କ ସହ ହୋଇଛି। ସେମାନଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଦୁହେଁ କାଜୁଆଲ୍‌ ପୋଷାକରେ ବେଶ୍‌ ଆକର୍ଷଣୀୟ ଦେଖା ଯିବା ସହ ଛୁଟି କାଟିବାକୁ ବାହାରକୁ ଯାଉଥିବା ସୂଚନା ରହିଛି।
ସୁରା ଏକ ଧୂଷର ରଙ୍ଗର ପୋଷାକ ସହ କଳା ରଙ୍ଗର ଟୋପି ପିନ୍ଧିଥିଲେ। ସେହିପରି ଡେନିମ୍‌ ଜିନ୍ସ ସାଙ୍ଗକୁ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ ଅରବାଜ। ଦୁହେଁ ଦୁହିଁଙ୍କ ହାତ ଧରା ଧରି ହୋଇ ବିମାନବନ୍ଦର ଭିତରକୁ ଯାଉଥିବା ବେଳେ ଟୋପି ସାହାଯ୍ୟରେ ନିଜ ମୁହଁକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ସୁରା। ଏପରିକି ସେ ସ୍ୱାମୀଙ୍କ ସହ କ୍ୟାମେରାରେ ପୋଜ୍‌ ବି ଦେଇନଥିଲେ। ଅରବାଜ କହିବାକୁ ଟିକେ ସମୟ ପାଇଁ ପୋଜ୍‌ ଦେଇଥିଲେ। ସୁରାଙ୍କୁ ଦେଖିଲେ ସ୍ପଷ୍ଟ ଅନୁଭବ କରିହେଉଛି ଯେ ସେ କ୍ୟାମେରା ସମ୍ମୁଖରେ ଆଦୌ ବି ସହଜ ଅନୁଭବ କରୁନାହାନ୍ତି। ଅରବାଜଙ୍କୁ ବିବାହ କରିବା ପୂର୍ବରୁ ବି ସୁରା ବେଶି କ୍ୟାମେରା ପୋଜ୍‌ ଦେଇନାହାନ୍ତି। ଏପରିକି ସୋସିଆଲ୍‌ ମିଡିଆରେ ବି ସେ ବେଶି ସକ୍ରିୟ ନୁହଁନ୍ତି।

Share Now:

Kalinga News Beuro

Next Post

ରାଜ୍ୟ ସରକାରଙ୍କ ପକ୍ଷରୁ ‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’ ପାଇଁ ଆହ୍ୱାନ

Sat Dec 30 , 2023
ଖଲିପତ୍ର, କପଡ଼ାରେ ପ୍ରସ୍ତୁତ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ ଭୁବନେଶ୍ୱର: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ–‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial