ବାଲିପାଟଣା: ବାଲିପାଟଣା ଥାନା ରାଜସ୍ ମଠସାହି ନିକଟରେ ଜଣେ ଦୁର୍ବୃତ୍ତମାନେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ ହୋଇଥିବା କୁହାଯାଉଛି। ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନିଆଯାଇଛି। ଖଣ୍ଡାଟି ଯୁବକଙ୍କ ମୁଣ୍ଡରେ ପଶି ରହିଛି। ସୂଚନା ଅନୁସାରେ, ବାଲିପାଟଣା ଥାନା ବାଲିଅନ୍ତା ପଞ୍ଚାୟତ ଝୀଂଟି ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ଜେନାଙ୍କ ପୁଅ ବାପି ଜେନା […]

ଭୁବନେଶ୍ୱର: ଦଶବର୍ଷ ଦଣ୍ଡ ପରେ ବି ଛାଡ଼ିଲେନି ବିଚାରାଳୟ। ଦଶବର୍ଷ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ। ମିଳିଥିବା ସୂଚନା ମୁତାବକ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ ପତ୍ନୀକୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ଏବେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି। ମେ ୧୦,୨୦୧୨ରେ ଏହି ଅମାନୁଷିକ ହତ୍ୟାକାଣ୍ଡ ହୋଇଥିଲା। ନିଜ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ସ୍ୱାମୀ ଜାଳିଦେଇଥିଲେ। ଏପରି ଘଟଣା ଘଟିଥିଲା […]

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାର ୩ ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇ ନଥିବା ବେଳେ, ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ […]

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ […]

ଉଦୟପୁର: ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ଉଦୟପୁର ଘଟଣା ବିରୋଧରେ […]

ମୁଜାଫର୍‌ନଗର: ଜୀବନର ପାଖାପାଖି ଅଧା ସମୟ କଟିଗଲା ଜେଲ୍‌ର ୪ କାନ୍ଥ ଭିତରେ, ତାହା ପୁଣି ବିନା ଦୋଷରେ। କଥାଟି ପଢ଼ିବାକୁ ଅଡୁଆ ଲାଗୁଥିଲେ ବି ଏକଦମ ସତ। ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ୨୬ ବର୍ଷ ଜେଲ୍‌ରେ ରହିବା ପରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଅଦାଲତ ନିକଟରେ ନି‌ର୍ଦୋଷରେ ଖଲାସ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ରୋହନାର ବାସନ୍ଦା ଏହି ବୃଦ୍ଧ ଜଣକ ହେଉଛନ୍ତି ରାମରତନ। ତାଙ୍କୁ […]

ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବାବୁ ସିଂଙ୍କ ନିନ୍ଦା ଭୁବନେଶ୍ବର: ନିଉଜ୍ ଚାନେଲ୍ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଥିବାର ଖବର ମିଳିଛି। ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଓଡ଼ଗାଁରୁ ଆଣି ପଚରାଉଚରା କରୁଥିଲା। ଗତକାଲି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଧରିବା ଲାଗି […]

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଧ୍ୟୟନ କରୁଥିବା ଉତ୍ତର-ପୂର୍ବ ରାଜ୍ୟର ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତ୍ରିପୁରାର ଜଣେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏବଂ ଅଭିଯୁକ୍ତ ବିଧାୟକଙ୍କୁ ଏବେ ଦିଲ୍ଲୀ ଆଣି ମାମଲାର ତଦନ୍ତ କରୁଛି ବୋଲି ଦିଲ୍ଲୀ ପୁଲିସର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ, ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଅସଦାଚରଣ […]

ଦିନକରେ ଦେଢ଼ କୋଟିର ନିଶା ଜବତ ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍‌, ଅବକାରୀ ବିଭାଗ ଓ ଏସ୍‌ଟିଏଫ୍‌ ନିୟମିତ ଅନ୍ତରାଳରେ ରାଜଧାନୀରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍‌, ଚୋରା ମଦ ଜବତ କରୁଛି। ମାଫିଆ, ଖୁଚୁରା ବେପାରୀଙ୍କୁ ବି ଗିରଫ କରୁଛି। କିନ୍ତୁ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁନାହିଁ। ନା ବେପାର କମୁଛି ନା ବେପାରୀଙ୍କ ମନୋବଳ […]

ବାଲିଅନ୍ତା: ବାଳକାଟି ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂର ଜଗନ୍ନାଥ କଲୋନିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି। ବାଳକାଟି ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମନୋଜ କୁମାର ମଣ୍ଡଳଙ୍କ ଶୋଇବା ଘର ଝରକା ତାଡ଼ି ୧୩୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ ଗହଣାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଲୁଟ ସୁନାଗହଣା ମଧ୍ୟରେ ରହିଛି,୧୮ […]

Social media & sharing icons powered by UltimatelySocial