ମୁମ୍ବାଇ : ରେଳ ଷ୍ଟେସନରୁ ବଲିଉଡ୍ରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଛନ୍ତି ରାନୁ । ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି । ୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ […]
ମନୋରଞ୍ଜନ
ଜନ୍ମାଷ୍ଟମୀରେ ଇସ୍କନ ସାମ୍ନାରେ ଅଭାବନୀୟ ସ୍ଥିତି, ପାଣିରେ ବୁଡ଼ି ରହିଲେ ଶ୍ରଦ୍ଧାଳୁ, ସୁଅରେ ଭାସିଗଲା ଚପଲ, ବିଏମ୍ସି ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି ଭୁବନେଶ୍ୱର : ରାଜଧାନୀକୁ ସ୍ମାର୍ଟ କରିବାକୁ ଚିତ୍କାର କରୁଛନ୍ତି ବିଏମ୍ସିର ଅଧିକାରୀମାନେ। କିନ୍ତୁ ଏମାନେ ଏତେ ଅପରାଗ, ଏତେ ଅଯୋଗ୍ୟ ଯେ ଏମାନଙ୍କ ଉପରୁ ସହରବାସୀଙ୍କ ଆସ୍ଥା ତୁଟିଗଲାଣି। ମାତ୍ର ଘଣ୍ଟାଏ ବର୍ଷାରେ ଲୋକମାନେ ଏମିତି କଲବଲ ହେଲେ ଯେ ଏଠାରେ ପ୍ରଶାସନ ଥିଲା ପରି […]
ମୁମ୍ବାଇ : ହିନ୍ଦୀ ସିନେମାର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍ମିଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହିଥିଲେ। ତେବେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍, ବାଜାର୍, ଖାନ୍ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ […]
ସର୍ତ୍ତ ମାନୁ ନଥିବାରୁ ମିଳୁନି ସାଉଣ୍ଡ ପରମିସନ ଭୁବନେଶ୍ୱର : କମିସନରେଟ୍ ପୁଲିସ୍ ପକ୍ଷରୁ ରାତିଅଧିଆ ବାର୍ରେ ଚଢ଼ଉକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଆଜି ଏ ସଂପର୍କରେ ଖୋଦ୍ ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି ବୟାନ ଦେଇଛନ୍ତି। ସେ କହିଛନ୍ତି, ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନ ମିଳିବା ପର୍ଯ୍ୟନ୍ତ ବାର୍ରେ ଯୁବତୀ ନୃତ୍ୟ କରିପାରିବେ ନାହିଁ। ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାର୍ ମାଲିକମାନେ ସାଉଣ୍ଡ ପାଇଁ […]
୬ ମାସ ପରେ କ୍ରିଷ୍ଣା, ସ୍ନେହାଶିଷଙ୍କୁ ଦେଖିଲେ ଦର୍ଶକ ବାରଙ୍ଗ: ଦୀର୍ଘ ୬ ମାସ ପରେ ପବିତ୍ର ରଥଯାତ୍ରା ଅବସରରେ ଖୋଲିଛି ନନ୍ଦନକାନନ ସଫାରି। ବନ୍ଦ ପଡ଼ିଥିବା ବାଘ, ସିଂହ, ଭାଲୁ ଓ ତୃଣଭୋଜି ସଫାରିକୁ ବୁଲି ଦେଖିଥିଲେ ପର୍ଯ୍ୟଟକ। ବାଘ ସଫାରିରେ ପର୍ଯ୍ୟଟକମାନଙ୍କ ମନୋରଂଜନ ଲାଗି ପ୍ରଥମ କରି ଦୁଇ ବିରଳ ବାଘ ଭ୍ରାତା କଳା ରଙ୍ଗର କ୍ରିଷ୍ଣା(୪) ଓ ଧଳା ରଙ୍ଗର ସ୍ନେହାଶିଷ(୪)ଙ୍କୁ ଛଡ଼ା ଯାଇଛି। ସମଗ୍ର […]
ଭୁବନେଶ୍ୱର: ମଜାରେ ମଜାରେ ଜ୍ଞାନ ବଢ଼ିବ। ସୃଜନ ମନସ୍କ ହେବେ କୋମଳମତି ଶିଶୁ। ଧୁମ୍ ହସିବେ, ପୁଣି ରୋମାଞ୍ଚିତ ହେବେ। ବିଜ୍ଞାନ ଓ କାରିଗରୀ କୌଶଳର ନୂଆ ସୃଜନ ଭଣ୍ଡାର ‘ଇନୋଭେସନ୍ ହବ୍’ ଆଣିଦେବ ଏହି ବିରଳ ଅନୁଭୂତି। ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଆସନ୍ତା ୧୧ ତାରିଖରୁ ଖୋଲିବ ଏହି ହବ୍। ପୁଣି ମିରର୍ରେ ମ୍ୟାଜିକ୍ ଦେଖିବାକୁ ସୁଯୋଗ ଦେବ ‘ମିରର ଗ୍ୟାଲେରି’। ଆଇନାର ଚକ୍ରବ୍ୟୂହରେ […]
ମୁମ୍ବାଇ: ଫେମିନା ମିସ୍ ଇଣ୍ଡିଆ ୨୦୧୮କଣ୍ଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ବାଜିମାତ୍ କରିଛନ୍ତି ଅନୁକ୍ରୀତି ୱାସ୍। ଅନୁକ୍ରୀତି ତାମିଲନାଡ଼ୁର ବାସିନ୍ଦା। ସେ ୨୯ଟି ପ୍ରତିଯୋଗିତାରେ ହାରିବା ପରେ ଏହି କ୍ରାଉନ୍ ନିଜ ନାଁରେ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ହରିୟାଣାରେ ରହୁଥିବା ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ-ଅପ୍ ଓ ଆନ୍ଧ୍ରପ୍ରଦେସର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ-ଅପ୍ ହୋଇଥିଲେ। ଅନ୍ୟପଟେ ଟପ୍ ୫ ପହଞ୍ଚିଥିବା ପ୍ରତିଯୋଗୀଙ୍କ […]
ଭୁବନେଶ୍ୱର : ‘ସାଇ ଶ୍ରଦ୍ଧା ଷ୍ଟୁଡିଓ’ର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ…. ତୁ ଫେରିଆ’ର ଶୁଭ ମହୁରତ ସ୍ଥାନୀୟ ହୋଟେଲ୍ ଏଚ୍ଏଚ୍ଆଇଠାରେ ଅନୁଷ୍ଠିତ ହୋଇଛି। ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଏସ୍ ଶଙ୍କର ରାଓ ‘ଶୁଭ ମହୁରତ୍’ର କ୍ଲାପ୍ ପ୍ରଦାନ କରିଥିବା ବେଳେ ପ୍ରଯୋଜକ ବିନି ସାମଲ ଓ ନିହାର ସାମଲ, ଜି-ସାର୍ଥକର ପ୍ରୋଗ୍ରାମିଙ୍ଗ୍ ହେଡ୍ ସୀମାନ୍ତ ଦାଶ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାକର ବସନ୍ତ, […]
ମୁମ୍ବାଇ:‘‘ରେସ୍ ୩’ ସଲ୍ମାନ୍ ଖାଁଙ୍କ କ୍ୟାରିୟର୍ରୁ ସବୁଠୁ ବଡ଼ ଫିଲ୍ମ ହୋଇ ସାରିଲାଣି। ଫିଲ୍ମଟି ରିଲିଜ୍ ପୂର୍ବରୁ ହିଁ ୩୫୦ କୋଟି ଟଙ୍କା ଆୟ କରି ସାରିଲାଣି। ଏସବୁ ଆସିଛି ସିନେମା ହଲ୍ରେ ପ୍ରଦର୍ଶନ ଅଧିକାର ବା ଥିଏଟ୍ରିକାଲ୍ ରାଇଟ୍ସ୍ ତଥା ମ୍ୟୁଜିକ୍ ଓ ସାଟେଲାଇଟ୍ ଅଧିକାର ଆଦି ବିକ୍ରିରୁ। ଅବଶ୍ୟ ଏକଥା ସତ ଯେ ‘ରେସ୍ ୩’ ଚଳିତ ବର୍ଷର ସବୁଠୁ ଅଧିକ ପ୍ରତୀକ୍ଷିତ ଫିଲ୍ମଙ୍କ ଭିତରୁ ଗୋଟିଏ। […]
କଟକ: ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି […]