‘ସାଥୀ…. ତୁ ଫେରିଆ’ର ଶୁଭ ମହୁରତ

ଭୁବନେଶ୍ୱର : ‘ସାଇ ଶ୍ରଦ୍ଧା ଷ୍ଟୁଡିଓ’ର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ…. ତୁ ଫେରିଆ’ର ଶୁଭ ମହୁରତ ସ୍ଥାନୀୟ ହୋଟେଲ୍‌ ଏଚ୍‌ଏଚ୍‌ଆଇଠାରେ ଅନୁଷ୍ଠିତ ହୋଇଛି। ଇଣ୍ଡିଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଏସ୍‌ ଶଙ୍କର ରାଓ ‘ଶୁଭ ମହୁରତ୍‌’ର କ୍ଲାପ୍‌ ପ୍ରଦାନ କରିଥିବା ବେଳେ ପ୍ରଯୋଜକ ବିନି ସାମଲ ଓ ନିହାର ସାମଲ, ଜି-ସାର୍ଥକର ପ୍ରୋଗ୍ରାମିଙ୍ଗ୍‌ ହେଡ୍‌ ସୀମାନ୍ତ ଦାଶ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାକର ବସନ୍ତ, ଚନ୍ମୟ ପଟ୍ଟନାୟକ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମହେଶ୍ୱତା ରାୟ, ଜ୍ୟୋତି, ଅନୁଭା, ମଣ୍ଟୁ, ଅନିଷା, ପିଣ୍ଟୁ ନନ୍ଦ ପ୍ରମୁଖ ଅଛନ୍ତି। ଏଥିରେ ୬ଟି ଗୀତ ରହିଛି। ଚଳଚ୍ଚିତ୍ରଟି ଆସନ୍ତା ରଥଯାତ୍ରା ସମୟରେ ମୁକ୍ତିଲାଭ କରିବ ବୋଲି ମିଡିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସିଖବର, ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ

Wed May 23 , 2018
ବାଲେଶ୍ୱର: ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଆରଟିଡ଼ିଏସ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଏହି ଟଙ୍କା ଟ୍ରାନ୍‌ସଫର କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏହି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରଥମ ଦିନରେ ୩୫୦ ଜଣ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial