ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ସମ୍ବଲପୁର ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଟଳ ବିହାରୀଙ୍କ ପରଲୋକ ନେଇ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ବୟସାଧିକ କାରଣରୁ ଗତ କିଛି ଦିନ ଧରି ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପଶ୍ଚିମ ଓଡ଼ିଶାର ଜଣେ ପରିଚିତ ଚେହେରା ହେଉଛନ୍ତି ଅଟଳ ବିହାରୀ ପଣ୍ଡା। ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ। ଦୀର୍ଘ ଦିନ ଧରି ଅଭିନୟ କ୍ୟାରିୟର୍ ପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ। ସେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ। ଅଟଳ ବିହାରୀଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୁଃଖ ପ୍ରକାଶ କରି ବିଶିଷ୍ଟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ‘ସେ ଖାଲି ଚାଲିଗଲେ ନାହିଁ, ବରଂ ମୋ ଶରୀରରୁ ଗୋଟିଏ ଅଙ୍ଗ କଟିଗଲା ଭଳି ଲାଗୁଛି। ଦୀର୍ଘ ୧୦ ବର୍ଷ ହେଲା ତାଙ୍କ ସହ ସମ୍ପର୍କ ଥିଲା। ସେ ମୋ ବାପାଙ୍କ କ୍ଲାସ୍‌ମେଟ୍‌ ଥିଲେ।’

Share Now:

Kalinga News Beuro

Next Post

ଜୁନ୍ ୧୫ରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ

Sat Jun 5 , 2021
ଗାନ୍ଧୀନଗର: ଗୁଜୁରାଟରେ ଆସନ୍ତା ଜୁନ୍ ୧୫ ତାରିଖରୁ ‘ଲଭ୍ ଜିହାଦ’ ଆଇନ ଲାଗୁ ହେବାକୁ ଯାଉଛି। ପ୍ରଥମେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ ଓ ଧର୍ମ ଲୁଚାଇ ବିବାହ କରିବା ଭଳି ଅପରାଧୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ରାଜ୍ୟରେ ଏଭଳି ଆଇନ […]
ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial