ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ଅନୁପମ୍ ଖେର୍

ଅନୁପମ୍ ଖେର୍

ମୁମ୍ବାଇ: ବଲିଉଡର ବହୁ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହିକ୍ରମରେ ବରୁଣ ଧୱନ, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ମୁକେଶ ଖାନ୍ନାଙ୍କ ନାମ ରହିଛି। ଏବେ ଏଥିରେ ଆଉ ଏକ ନାମ ଯୋଡ଼ା ହୋଇଛି। ହଁ, ସେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍। ସେ ବି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।
ଅନୁପମ୍ ଖେର୍ ନିଜର ଟୁଇଟର୍ ଜରିଆରେ ଲେଖିଛନ୍ତି, ‘ଜଣେ ସାଥୀ ଅଭିନେତା ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ସଦସ୍ୟ ଭାବରେ କିମ୍ବା ଏହି ଦେଶର ଜଣେ ସାଧାରଣ ନାଗରିକ ଭାବରେ ମୁଁ ଅନୁଭବ କରୁଛି ଯେ ସୁଶାନ୍ତ ସିଂହରାଜପୁତଙ୍କ ମୃତ୍ୟୁ ଏକ ଉପଯୁକ୍ତ ତଦନ୍ତ କରାଯାଇ ବନ୍ଦ ହେଉ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପାଇଁ ଆମେ ବହୁତ ଋଣୀ। ଏଥିଲାଗି ସିବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ। ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖ ସକାଳେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମୃତ ଅଭିନେତାଙ୍କ ପିତା କେ.କେ ସିଂହଙ୍କ ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ତଦନ୍ତ କରୁଛି। କେ କେ ସିଂହ ଅଭିଯୋଗ କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହୋଇଛି। ରିୟା ହେଉଛନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତା।

Share Now:

Kalinga News Beuro

Next Post

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Sat Aug 15 , 2020
ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, […]
ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial