ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ଯୋରନ୍ଦା/ ମହିମାଗାଦି : ବିଶ୍ବପ୍ରସିଦ୍ଧ ମହିମାଧର୍ମର ପୁଣ୍ୟପୀଠ ମହିମାଗାଦିରେ ଗୁରୁବାର ଦିନ ୧୪୮ତମ ମହିମା ମେଳା ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଅନୁଷ୍ଠିତ ହେବ। ଗୁରୁବାର ମହିମାଗାଦିର ମୁଖ୍ୟ ମନ୍ଦିର ଗାଦି ମନ୍ଦିରର ପଶ୍ଚିମଦ୍ବାରରେ ସନ୍ଧ୍ୟା ୫ଟା ୪୫ ମିନିଟରେ ବସୁଦେବ ବାବାଙ୍କ ଦ୍ବାରା ପ୍ରଥମେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା। ଏହାପରେ ପୂର୍ବ, ଉତ୍ତର ଓ ଦକ୍ଷିଣ ଦ୍ବାରରେ ଅଗ୍ନି ସଂଯୋଗ ହୋଇଥିଲା। କୋଭିଡ୍ କଟକଣା ଯୋଗୁଁ ଗାଦି ମନ୍ଦିରରେ ୫୦୦ରୁ କମ୍‌ ସାଧୁ,ସନ୍ଥ, ଭକ୍ତ ରହିଥିଲେ। ଗୁରୁବାର ପ୍ରାତଃ ୩ଟା ସମୟରେ ଗାଦି ମନ୍ଦିରରେ ଝାଡୁନୀତି କରାଯାଇ ପାଣି ଓ ଗୋମୟରେ ଶୋଧନ କରାଯାଇଥିଲା। ମାହାଳମୂଳ କୂଅରୁ ପାଣି ସେବକମାନେ ରୁପା ଗରାରେ ପାଣି ଆଣିଥିଲେ। ବରିଷ୍ଠ ବକ୍କଳଧାରୀ ସାଧୁମାନେ ଦୈନିକ ନୀତି କ୍ଷୀର ନୀତି କରିଥିଲେ। ମଧ୍ୟାହ୍ନରେ ଦୈନିକ ନୀତି ପରେ ନଡ଼ିଆ ପ୍ରସାଦ କରାଯାଇଥିଲା। ଅପରାହ୍ନ ୩ଟା ୩୦ ମିନିଟରେ ନୀତି ନିଯୁକ୍ତ ସନ୍ନ୍ୟାସୀମାନେ ପ୍ରଭୁଙ୍କର ବାର୍ଷିକ ସ୍ବତନ୍ତ୍ର ନୀତି କରିଥିଲେ। ପ୍ରଥମେ ଝାଡୁ ନୀତି ସଂପନ୍ନ କରାଯାଇ ମନ୍ଦିର ଶୋଧନ କରାଯାଇଥିଲା‌। ମାହାଳମୂଳ କୂଅରୁ ରୁପା ଗରାରେ ବରିଷ୍ଠ ମହିମା ସନ୍ନ୍ୟାସୀ ଶୁକଦେବ ବାବା ପାଣି ଆଣି ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ଦ୍ବାରା ମନ୍ଦିର ଚତୁଃପାର୍ଶ୍ବରେ ସିଞ୍ଚନ କରିଥିଲେ। ପରେ ବରିଷ୍ଠ ସନ୍ନ୍ୟାସୀ ଶୁକଦେବ ବାବା ୪ ଦ୍ବାର ପାଇଁ ବତିରେ ଅଗ୍ନି ସଂଯୋଗ କରିଥିଲେ।

Share Now:

Kalinga News Beuro

Next Post

ଆଜି ଭାରତ ବନ୍ଦ : ଦୋକାନ ବଜାର ବନ୍ଦ,ଗାଡ଼ି ଚଳାଚଳ ସ୍ବାଭାବିକ ରହିବ

Fri Feb 26 , 2021
ଭୁବନେଶ୍ବର/କଟକ : ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ। ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି। ଜିଏସ୍‌ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ (ଏଫ୍‌ଏସ୍‌ଏସ୍‌ଆଇ) ଆଇନରେ […]
ଭାରତ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial