ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଥିବାବେଳେ ଆଉ କେତେକ ରାଜ୍ୟରେ ସଂକ୍ରମଣ ବଢିଚାଲିଛି। କମୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ବିହାର ଓ ଗୁଜୁରାଟ। ସେହିପରି ସଂକ୍ରମଣ ବଢୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ହିମାଚଳପ୍ରଦେଶ ଓ ପୁଡ଼ୁଚେରୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯ଼େ ଦେଶର ପ୍ରାୟ ୫୧୬ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଏହା ମଧ୍ୟରୁ ଓଡ଼ିଶାର ୨୮ଟି ଜିଲ୍ଲା ଅନ୍ତର୍ଭୁକ୍ତ। ଏଣୁ ଏସବୁ ଜିଲ୍ଲାରେ କଣ୍ଟେନମେଣ୍ଟ କାର୍ଯ୍ୟ ଉପରେ ଆହୁରି ଗୁରୁତ୍ବ ଦିଆଯ଼ିବା ଉଚିତ। ତେବେ ଗତ ସପ୍ତାହରେ ଦେଶର ହାରାହାରି ପଜିଟିଭିଟି ହାର ୨୧.୯ ପ୍ରତିଶତ ଥିବାବେଳେ ଚଳିତ ସପ୍ତାହରେ ତାହା ୧୯.୮ ପ୍ରତିଶତକୁ ଖସିଆସିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯ଼େ କରୋନା ଚିକିତ୍ସାବେଳେ ଷ୍ଟେରଏଡର ଦୁରୁପଯ଼ୋଗ ହିଁ ମ୍ୟୁକରମାଇକୋସିସ ( ବ୍ଲାକ ଫଙ୍ଗଲ)ର କାରଣ। ବିଶେଷକରି ଯ଼େଉଁ ମାନେ ଡାଇବେଟିସରେ ପୀଡ଼ିତ, କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଷ୍ଟେରଏଡ ନେଉଛନ୍ତି, ସେମାନଙ୍କଠାରେ ଏପରି ସଂକ୍ରମଣ ଦେଖାଦେଉଛି।
ଓଡ଼ିଶାର ୨୮ଟି ଜିଲ୍ଲାରେ ପିଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

Share Now: