ମୁଲ୍ଲା ଅବଦୁଲ ଘନି ବରାଦାର ଆଫ୍‌ଗାନିସ୍ତାନର ନୂଆ ରାଷ୍ଟ୍ରପତି ସମ୍ଭାବନା

ମୁଲ୍ଲା ଅବଦୁଲ ଘନି ବରାଦାର

‘ଇସ୍‌ଲାମିକ ଏ‌ମିରେଟ୍‌ ଅଫ୍‌ ଆଫଗାନିସ୍ତାନ’ ଘୋଷଣା ହେବ

କାବୁଲ : ଆଫ୍‌ଗାନିସ୍ତାନରେ ୨୦ ବର୍ଷ ପୂର୍ବର ତାଲିବାନ ଶାସନ ଫେରିବାକୁ ଯାଉଛି ଏବଂ ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦାର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ୧୯୬୮ରେ ଜନ୍ମିତ ତାଲିବାନର ସଂସ୍ଥାପକ ନେତା ବରାଦାରଙ୍କୁ ୨୦୧୦ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କରାଚୀରୁ ଗିରଫ କରିଥିଲା। ତେବେ ଆମେରିକାର ଅନୁରୋଧକ୍ରମେ ୨୦୧୮ରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ ବରାଦାର ତାଲିବାନର ମୁଖ୍ୟ ସଂଚାଳକ ପଦରେ ରହିଛନ୍ତି ଏବଂ ତାଙ୍କୁ ହିଁ ରାଷ୍ଟ୍ରପତି କରାଯିବାକୁ ବରିଷ୍ଠ କମାଣ୍ଡରମାନେ ମତ ରଖିଛନ୍ତି।
୧୯୮୦ ଦଶକରେ ସୋଭିଏତ ସେନା ବିରୋଧରେ ବରାଦାର ଆଫଗାନ ମୁଜାହିଦ୍ଦିନ ବାହିନୀ ମାଧ୍ୟମରେ ଲଢ଼େଇ କରିଥିଲେ। ସୋଭିଏତ ସେନା ଆଫଗାନ ଛାଡ଼ିବା ପରେ ୧୯୯୪ରେ ବରାଦାର ତାଲିବାନ ସ୍ଥାପନ କରିଥିଲେ। ପାକିସ୍ତାନ ସମର୍ଥନରେ ତାଲିବାନ ୧୯୯୬ରେ ଗୋଟିଏ ପରେ ଗୋଟିଏ ପ୍ରଦେଶର ରାଜଧାନୀ ଦଖଲ କରି ସମଗ୍ର ଦେଶର କ୍ଷମତା ନିଜ ନିୟନ୍ତ୍ରଣକୁ ନେଇଥିଲା ଏବଂ ୫ ବର୍ଷ ଶାସନ କରିଥିଲା। ପୂର୍ବରୁ ତାଲିବାନ ଶାସନ ସମୟରେ ବରାଦାର ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ। ଏବେ ତାଲିବାନର ଦ୍ବିତୀୟ ପାଳି ଶାସନରେ ଆଫଗାନିସ୍ତାନକୁ ‘ଇସ୍‌ଲାମିକ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନ’ ଭାବେ ଘୋଷଣା କରାଯିବ। ପୂର୍ବରୁ ମଧ୍ୟ ତାଲିବାନ ଶାସନ ସମୟରେ ଆଫଗାନିସ୍ତାନ ଏହି ନାମରେ ପରିଚିତ ଥିଲା।

Share Now:

Kalinga News Beuro

Next Post

ଆତଙ୍କରେ ଥରୁଛି ଆଫଗାନିସ୍ତାନ: ଦେଶ ଛାଡ଼ିବାକୁ ଲୋକଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

Tue Aug 17 , 2021
ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନର ସମର୍ଥନ କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବିଭିନ୍ନ ସହରେ ଲୁଟ୍‌ପାଟ ଓ ଆକ୍ରମଣ ଆରମ୍ଭ ହୋଇଥିବା ଖବର ମିଳିଛି। ଭାରତ ଆସିଥିବା ‌କେତେକ ଆଫଗାନ ଶରଣାର୍ଥୀ ଭାରତ ପହଞ୍ଚିବା ପରେ କହିଛନ୍ତି ଯେ ତାଲିବାନ ଲୋକଙ୍କ ଜୀବନକୁ ନର୍କ କରିଦେବା ପାଇଁ ଅଭିଯାନ ଆରମ୍ଭ କରିଛି। ଶିଶୁ ଓ ମହିଳାମାନଙ୍କୁ […]
ଆତଙ୍କରେ ଥରୁଛି ଆଫଗାନିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial