ଲମତାପୁଟ ଅଞ୍ଚଳରୁ ୩୦ ଲକ୍ଷର ଗଞ୍ଜେଇ ଜବତ

୩୦ ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୁଲିସ। ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଲମତାପୁଟ ସଗର ଛକ ନିକଟରେ ଗାଡି ଚେକିଂ ସମୟରେ ବ୍ୟାରିକେଡ୍ ଭାଙ୍ଗି ବୋଲେରୋ ପ୍ରବଳ ବେଗରେ ପଳାଉଥିଲା। ହେଲେ ପୁଲିସ ଗାଡ଼ିକୁ ପିଛା କରି କଞ୍ଚନା ଘାଟି ନିକଟରେ ଅଟକାଇଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛି। ଜଲାପୁଟ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ମୋଦୀ

Thu Nov 25 , 2021
୨୦୨୪ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଲକ୍ଷ୍ନୌ: ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୪ ସୁଦ୍ଧା ଏହି ବିମାନବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବା ସହ ଏହି ବିମାନବନ୍ଦର ପାଇଁ ଯୋଗୀ ସରକାର ୫ ହଜାର […]
ଏସିଆର ସର୍ବବୃହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial