୫ ବର୍ଷ ପରେ ବି ମେଗା ପାନୀୟ ଜଳ ପ୍ରକଳ୍ପ ଅଧା : କେ‌ବେ ମେଣ୍ଟାଇବ ତୃଷା ?

ମେଗା ପାନୀୟ ଜଳ ପ୍ରକଳ୍ପ

ମାଛଗାଁ: ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଜନସାଧାରଣଙ୍କୁ ବିଶୁଦ୍ଧ ମଧୁର ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଆମ୍ବଶାଳ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କରୁଛନ୍ତି। ଏଲଏଣ୍ଡ୍‌ଟି ଦ୍ବାରା ପ୍ରସ୍ତୁତ କରାଯାଉଥିବା ଏହି ପ୍ରକଳ୍ପ ମାଧ୍ୟମରେ ନାଉଗାଁ ବ୍ଲକ ଦେବୀଦୋଳ ଠାରେ ଥିବା ଦେବୀ ନଦୀର ମଧୁର ଜଳକୁ ପାଇପ୍‌ ଯୋଗେ ଆମ୍ବଶାଳ ଅଣାଯାଇ ଏଠାରେ ନିର୍ମିତ ପାନୀୟ ପ୍ରକଳ୍ପ ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇ ଗାଁସବୁକୁ ପାଇପ୍‌ରେ ଜଳଯୋଗାଣ କରାଯିବ। ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବାକୁ ରାଜ୍ୟ ସରକାର ଦିନ ଧାର୍ଯ୍ୟ କରିଥିଲେ ହେଁ ଇତିମଧ୍ୟରେ ୫ ବର୍ଷ ବିତିଲାଣି। ପ୍ରକଳ୍ପ ଶେଷ ହେଉ ନାହିଁ କି ଲୋକମାନେ ପାଣି ପାଇ ପାରୁନାହାନ୍ତି। ବାଲିକୁଦା ବ୍ଲକର ସମୁଦ୍ର ତଟବର୍ତ୍ତୀ ପଞ୍ଚାୟତ କୁସୁପୁର, ଅନନ୍ତପୁର, ମରିଚପୁର, ନହରଣା, ବରମୁଣ୍ଡଳୀ, ଓଷକଣା, ଖାଲଗାଁ ଆଦି ପଞ୍ଚାୟତର ଭୂତଳ ଜଳ ଲବଣାକ୍ତ ଓ ଆଇରନ ଯୁକ୍ତ ହୋଇଥିବାରୁ ସେଠାକାର ଜନସାଧାରଣ ପାନୀୟ ଜଳର ଅଭାବ ହେତୁ ବିଭିନ୍ନ ସମୟରେ ନାନାଦି ରୋଗର ଶିକାର ହେଉଛନ୍ତି।
ଏଣେ ଶୋଭା ଠାରେ ଥିବା ପାନୀୟ ପ୍ରକଳ୍ପର ପାଣି ଏହି ସବୁ ଅଞ୍ଚଳରେ ନିୟମିତ ଭାବେ ପହଞ୍ଚି ପାରୁନଥିବାରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ଦିନରେ ସାଧାରଣ ଜନତା ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେବା ଫଳରେ ଝାଡ଼ାବାନ୍ତି ଓ ଜ୍ୱର ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟକାରୀ ବିଳମ୍ବ ହେଉଥିବାରୁ ଗାଁ ଗାଁରେ ପାଇପ୍‌ ସଂଯୋଗୀକରଣ ବ୍ୟବସ୍ଥା ମଧ୍ୟ ବିଳମ୍ବିତ ହେଉଛି। ଏଣୁ ସାଧାରଣ ଲୋକ କେବେ ଏହି ପାଣିର ସୁବିଧା ପାଇବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପାନୀୟ ପ୍ରକଳ୍ପକୁ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସରକାରୀ ଦଳର ନିର୍ବାଚନୀ ପ୍ରଚାରରେ ଏହି ପାନୀୟ ପ୍ରକଳ୍ପ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଅଦ୍ୟାବିଧି ନିର୍ମାଣ କରିବାର ଧାର୍ଯ୍ୟ ସମୟ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ କିମ୍ବା ରାଜନେତାମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ତେବେ କୋଭିଡ୍‌ ସମୟରେ କାମ ବନ୍ଦ ହୋଇଯିବାରୁ ପ୍ରକଳ୍ପକାମ ନିରର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ନେଉଛି ବୋଲି ପ୍ରକଳ୍ପ ସ୍ଥଳରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି। ତେବେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏବଂ ଏଲ୍‌ଏଣ୍ଡ୍‌ଟି କର୍ତୃପକ୍ଷ ଜନସାଧାରଣଙ୍କ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ନନ୍ଦନକାନନରେ ନୂଆ ଅତିଥି ଦୁଇ ମୁଣ୍ଡିଆ କଇଁଛ

Tue Sep 13 , 2022
ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଛି, ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଗୋଟିଏ ସାଧାରଣ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା। ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ […]
୨ ମୁଣ୍ଡିଆ କଇଁଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial