ନନ୍ଦନକାନନରେ ନୂଆ ଅତିଥି ଦୁଇ ମୁଣ୍ଡିଆ କଇଁଛ

୨ ମୁଣ୍ଡିଆ କଇଁଛ

ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଛି, ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଗୋଟିଏ ସାଧାରଣ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା। ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରିରେ ରଖାଯାଇଛି। ଏହା ମୁଖ୍ୟତଃ ପାଣି କଇଁଛ ବୋଲି ଜାଣିବାକୁ ମିଳିଛି।

Share Now:

Kalinga News Beuro

Next Post

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ହେଲେ ଚକ୍ରଧର ତ୍ରିପାଠୀ

Tue Sep 13 , 2022
କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ପ୍ରଫେସର ଆଇ.ରାମବ୍ରହ୍ମଙ୍କର ଦେହାନ୍ତ ପରେ ଦୀର୍ଘ ବର୍ଷ‌େ ହେଲା ଏହି ପଦବି ଖାଲି ପଡିଥିଲା। ପଶ୍ଚିମବଙ୍ଗର ବିଶ୍ୱ ଭାରତୀ, ଶାନ୍ତିନିକେତନ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଶ୍ରୀ ତ୍ରିପାଠୀ ଏହି ବିଶ୍ବବିଦ୍ୟାଳୟର କୂଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବି […]
ଚକ୍ରଧର ତ୍ରିପାଠୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial