ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ୧୨ ଘଣ୍ଟା ବନ୍ଦ : ବୁଲିଲା ସଚେତନତା ରଥ

ରାଇରଙ୍ଗପୁର ୧୨ ଘଣ୍ଟା ବନ୍ଦ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ୧୦ ଏପ୍ରିଲରେ ବାମନଘାଟୀ ଉପଖଣ୍ଡକୁ ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି। ଏନେଇ ଉପଖଣ୍ଡର ୭ଟି ବ୍ଲକରେ ପୂର୍ବରୁ ବୈଠକ, ପଥପ୍ରାନ୍ତ ସଭା, ବ୍ୟାନର, ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିବା ବେଳେ ଆଜି ମଧ୍ୟ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଖଣ୍ଡର ସମସ୍ତ ଗାଁ କୁ ଗାଁ ବାଇକ୍ ରାଲି ଏବଂ ସଚେତନତା ରଥ ବୁଲି ବୁଲି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା ଗଠନ ସମ୍ବନ୍ଧରେ ସଚେତନତା କରାଯାଇଛି।
ଏହି ବନ୍ଦକୁ ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି, ସମସ୍ତ ରାଜନୈତିକ ଦଳ, ବଣିକ ସଂଘ, ଓକିଲ ସଂଘ, ମଟର ଚାଳକ ସଂଘ, ଡ୍ରାଇଭର ମହାସଂଘ, ସଚେତନତା ନାଗରିକ ସଂଘ, ବରିଷ୍ଠ ନାଗରିକ ସଂଘ, ଉପଖଣ୍ଡର କୁଡୁମୀ ସମାଜ ସମେତ ଅନ୍ୟ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ, ବଜାର, ବେସରକାରୀ ଅନୁଷ୍ଠାନ, ଯାନବାହାନ, ରେଳ ସେବା ବନ୍ଦ କରାଯାଇଛି। ରବିବାର ଯୋଗୁଁ ସ୍କୁଲ-କଲେଜ ଛୁଟି ଥିବାରୁ ଛାତ୍ରଛାତୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପ୍ରଭାବିତ ହେବାକୁ ପଡ଼ିନାହିଁ।

Share Now:

Kalinga News Beuro

Next Post

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି : ନିମ୍ନମାନର କାମ ଅଭିଯୋଗ

Sun Apr 9 , 2023
ଭୁବନେଶ୍ୱର: ରାଜଧାନୀର ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି ଭୁଶୁଡ଼ିପଡ଼ିଥିବାର ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଷ୍ଟେଲ ଛାତ୍ରୀ। ପାଚେରି ଭାଙ୍ଗିବା ଘଟଣା ନେଇ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ସେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହା […]
ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial