ବର୍ଷା ଧୋଇନେଲା କଲଭର୍ଟ : ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ବର୍ଷା ଧୋଇନେଲା କଲଭର୍ଟ

କାଲିମେଳା: ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ବର୍ଷା ଲାଗି ରହିଥିବାବେଳେ ମାନ୍ୟମକୋଣ୍ଡା ଓ ପୋଲୁରୁ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ତାଗୁରୁକୋଟା ଗାଁ ନିକଟରେ ଥିବା ଏକ କଲଭର୍ଟଟି ଆଜି ସକାଳେ ଧୋଇ ଯାଇଛି। କଲଭର୍ଟ ଟିର ଛାତ ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଥିବାବେଳେ ପ୍ରାୟ ୧୦ ଫୁଟ ଓସାରର ଖାଲ ସୃଷ୍ଟି ହୋଇଯାଇଛି। ଫଳରେ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ ହୋଇଯାଇଛି। ତାଗୁରୁକୋଟା, ପୁସୁଗୁଡା, ତମଗୁଡା ଓ ପୋଲୁର ଗ୍ରାମବାସୀମାନେ ଯିବା ଆସିବାରେ ଅସୁବିଧାର ସମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ଓ ବଡ଼ ଗାଡି ଯାଉ ନଥିବାବେଳେ କେବଳ ବହୁ କଷ୍ଟରେ ବାଇକ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି। ଏଥି ସହିତ ଏହି ବାଟ ଦେଇ ଦୈନିକ ଲୋକମାନେ ସିଲେରୁ ନଦୀ ପାର ହୋଇ ଆନ୍ଧ୍ର ପ୍ରଦେଶକୁ ଯିବା ଆସିବା କରିଥାନ୍ତି।

Share Now:

Kalinga News Beuro

Next Post

କେରଳରେ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ :୨ ଗିରଫ

Wed Aug 2 , 2023
ନୂଆଦିଲ୍ଲୀ: କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିଶା ଦେବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ନିଜ ସହ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଆଧ୍ୟାତ୍ମିକ ଜୀବନ ସନ୍ଧାନରେ ଗତ ଜୁଲାଇ ୨୨ରେ […]
କେରଳରେ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial