ଡବଲିନ : ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡକୁ ରନରେ ହରାଇଦେଇଛି ଭାରତ। ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ରନ କରିପାରିଥିଲା। ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି ସର୍ବାଧିକ ୭୨ ରନ କରିଥିଲେ। ମାର୍କ ଆଡାୟାର ୨୮ରନ କରିଥିଲେ।
ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୫ ରନ କରିଥିଲା। ଭାରତ ପକ୍ଷରୁ ଋତୁରାଜ ଗାଇକ୍ବାଡ୍ ସର୍ବାଧିକ ୫୮ ରନ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ସହ ଏହି ରନ କରିଥିଲେ । ସଂଜୁ ସାମସନ ୪୦ ରନ କରିଥିବାବେଳେ ରିଙ୍କୁ ସିଂ ମାତ୍ର ୨୧ଟି ବଲରୁ ୩୮ ରନ କରିଥିଲେ। ଶୁଭମ ଦୁବେ ଓ ରିଙ୍କୁ ସିଂ ଶେଷ ୨ ଓଭରରେ ଆତସି ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୫ ପର୍ଯ୍ୟନ୍ତ ନେଇଯାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରି ମାକାର୍ଥି ୨ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଆଡାୟାର, କ୍ରେଗ୍ ୟଙ୍ଗ ଓ ବେଞ୍ଜାମିନ ହ୍ବାଇଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
ଆୟର୍ଲାଣ୍ଡକୁ ୩୩ ରନରେ ହରାଇଲା ଭାରତ

Share Now: