କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା : ଶିଶୁର ବାପାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଶିଶୁର ବାପାଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା। ପୁଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବର୍‌ବାଦ ହେଲା। ଏଭଳି ଲୋକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ନିଜ ସଫେଇରେ କହିଛନ୍ତି ଯେ, ଛୁଆ ଜନ୍ମ ହେବା ପରେ ଅନେକଗୁଡ଼ିଏ କାମ ହୁଏ। ପ୍ରଥମେ ମା’କୁ ପୁଅ ହୋଇଛି କି ଝିଅ ଜଣା ଯାଏ। ତାପରେ ରେଜିଷ୍ଟରରେ ଲେଖାଯାଏ,ଛୁଆର ଫୁଟ ପ୍ରିଣ୍ଟ ରଖାଯାଏ। ଛୁଆ ସୁସ୍ଥ ଥିଲେ ଟ୍ୟାଗ ଲଗାଯାଏ, ଯଦି ଅସୁସ୍ଥ ଥାଏ ତେବେ ଟ୍ୟାଗ ଲଗା ହୁଏନି। ପରିବାର ଲୋକଙ୍କୁ ଜଣାଯାଏ। ଝିଅ ହୋଇଛି ବୋଲି ଆମେ ମୂଳରୁ ନିଶ୍ଚିତ ଥିଲୁ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୬ ଦିନ କ୍ୟାପିଟାଲ ହସ୍ପିଟାଲରେ ଏହି ମାମଲାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ଭିତୋଫାନ। ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀ ଏକ ପୁଅ ଜନ୍ମ ଦେଇଛନ୍ତି ବୋଲି ମହିଳା ଆଣ୍ଟେଣ୍ଡାଣ୍ଟ କହି ଦେଇଥିଲେ। ହେଲେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା। ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପୁଅ ଜନ୍ମ ଦେଇଥିଲେ। ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ମହିଳା ଆଣ୍ଟେଣ୍ଡାଣ୍ଟଙ୍କ କଥାକୁ ଧରି ଅଡ଼ି ବସିଥିଲେ ପ୍ରାଣକୃଷ୍ଣ। ଏନେଇ ସେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପୁଲିସ ତଦନ୍ତ। ମାମଲାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ଥିଲା ଡିଏନ୍ଏ ପରୀକ୍ଷା। ଆଉ ଏହାରି ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳା ଆଣ୍ଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରିଥିଲେ। ଡିଏନ୍ଏ ପରୀକ୍ଷା ପାଇଁ କୋର୍ଟ ଅନୁମତି ଦେବା ପରେ ଗତ ସୋମବାର ମା’ ଓ ନବଜାତ ଶିଶୁର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ସ୍ପଷ୍ଟ ହୋଇଥିଲା।

Share Now:

Kalinga News Beuro

Next Post

ମହର୍ଷି କଲେଜରେ ସାଇବର ଅପରାଧ ସମ୍ପର୍କିତ ରାଜ୍ୟସ୍ତରୀୟ ସଚେତନତା ଶିବିର

Fri Oct 6 , 2023
ଭୁବନେଶ୍ୱର: ଆଜି ମହର୍ଷି କଲେଜ ଅଫ ନାଚୁରାଲ ଲ’ ପକ୍ଷରୁ ଏକ ଦିବସୀୟ ରାଜ୍ୟସ୍ତରୀୟ ସାଇବର ଅପରାଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ସୂଚାରୁ ଭାବରେ ସମ୍ପର୍ଣ୍ଣ କରାଯାଇଥିଲା। ଏହି ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରୀ ବର୍ଷା ବେହେରା […]
MaharshiCyber Cell-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial